Hot Posts

6/recent/ticker-posts

ପିଏମ ଶ୍ରୀ ଉତ୍ସବ ଉଦଯାପିତ

ବରୀ, ୦୭/୦୧ ( ରଂଜିତ ମହାନ୍ତି ) : ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ପିଏମ ଶ୍ରୀ କାଇପଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ପିଏମ ଶ୍ରୀ ଉତ୍ସବ ଉଦଯାପିତ ହୋଇଯାଇଛି।ଉକ୍ତ ଉତ୍ସବରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିକୁଞ୍ଜ ବିହାରୀ ଦାସ ସଭାପତିତ୍ୱ କରିଥିଲେ।ମୁଖ୍ୟ ଅତିଥି ଭାବେ ବରୀ ଶିକ୍ଷା ମଣ୍ଡଳ ଅଧିକାରିଣୀ ପ୍ରତିଶ୍ରୁତି ସିଂ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କ ସାମଗ୍ରିକ ବିକାଶ ଏବଂ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା କୁ ପଦାକୁ ଆଣିବା ପାଇଁ ପିଏମ ଶ୍ରୀ ଉତ୍ସବ ଏକ ମାଧ୍ୟମ ବୋଲି ମତ ରଖିବା ସହ ଏହା ଦ୍ୱାରା ଛାତ୍ରୀ ଛାତ୍ର ନ୍କ ସୃଜନଶୀଳତା ଓ ପ୍ରତିଭାର ବିକାଶ ସମ୍ଭବ ହୋଇପାରିବ ବୋଲି ମତ ରଖିଥିଲେ।ଉକ୍ତ କାର୍ଯ୍ୟକ୍ରମ ଅବସରରେ ୩ ଗୋଟି ପାଭିଲିୟନ ପ୍ରସ୍ତୁତ କରାଯାଇଥିଲା।ଏହି ପାଭିଲିଅନ୍ ଗୁଡିକରେ ଆକାଂକ୍ଷୀ ମେଳା ,ଜିଜ୍ଞାସା ,ସାହିତ୍ୟ ସୃଜନୀ,କୌଶଳୀ,କ୍ରୀଡାଙ୍ଗନ ଏବଂ ପିଏମ ଶ୍ରୀ ବ୍ୟବସାୟ ସମ୍ମିଳନୀ ରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ମୋଟ ୯୧ ଗୋଟି ପ୍ରକଳ୍ପ ସ୍ଥାନ ପାଇଥିଲା।କାର୍ଯ୍ୟକ୍ରମ ରେ ବିଚାରକ ଭାବେ ଡ଼ ଗିରିଷ ଚନ୍ଦ୍ର ମିଶ୍ର,ପ୍ରଫେସର ଅରୁଣ କୁମାର ଦାସ,ଡ଼ ଦାମୋଦର ବେହେରା,ଲକ୍ଷ୍ମଣ କର ଯୋଗ ଦେଇ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ଛାତ୍ରୀଛାତ୍ର ମାନଙ୍କ ମଧ୍ୟରୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ର ଙ୍କୁ ଚୟନ କରିଥିଲେ।ମୁଖ୍ୟ ବକ୍ତା ଭାବେ କାଶୀନାଥ ଡିଗ୍ରୀ ମହାବିଦ୍ୟାଳୟ ର ଅଧକ୍ଷ ପ୍ରମୋଦ କୁମାର ଶତପଥୀ ଯୋଗ ଦେଇ ପି ଏମ ଶ୍ରୀ ଉତ୍ସଵ ଦ୍ୱାରା ଛାତ୍ରୀଛାତ୍ର ମାନଙ୍କ ଉପସ୍ଥାନ ବୃଦ୍ଧି ହେବା ଓ ଶିକ୍ଷା ପ୍ରତି ସେମାନଙ୍କର ଉତ୍ସାହ ବୃଦ୍ଧିରେ ସହାୟକ ହେବ ବୋଲି ମତ ରଖିଥିଲେ।ସମ୍ମାନୀୟ ଅତିଥି ଭାବେ ଲିସିୟମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ଦାମୋଦର ବେହେରା,ପୂର୍ବତନ ପ୍ରଦାନ ଶିକ୍ଷକ ଗିରିଷ ଚନ୍ଦ୍ର ମିଶ୍ର,କଳାମାଟିଆ ସରପଞ୍ଚ ରଶ୍ମିତା ପରିଡା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାନସ ମଲିକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ପଞ୍ଚସଖା ଶିକ୍ଷା ସେତୁ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର କୁମାର ଶତପଥୀ,ବ୍ଲକ ସଂଯୋଜକ ଶିବ ଶଙ୍କର ଜେନା,ପୂର୍ବତନ ପ୍ରଧାନ ଶିକ୍ଷକ ଧନେଶ୍ୱର ଦାସ ପ୍ରମୁଖ ଯୋଗ ଦେଇଥିଲେ।ବିଚାରକ ମାନଙ୍କ ଦ୍ୱାରା କୃତି ଛାତ୍ରୀଛାତ୍ର ମାନଙ୍କୁ ଟ୍ରଫି,ସାର୍ଟିଫିକେଟ ଓ ପୁରସ୍କାର ଭାବେ ଅର୍ଥରାଶି ପ୍ରଦାନ କରାଯାଇଥିଲା।ଏହି ଉତ୍ସବ ଟି କୁ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଜ୍ୟୋତି ପ୍ରଭା ନିଶାରାଣୀ ପ୍ରଧାନ,ଭଜନ ଚନ୍ଦ୍ର ମାଝୀ,ପ୍ରଜ୍ଞା ପ୍ରିୟଦର୍ଶିନୀ ନାୟକ,ସର୍ବେଶ୍ୱର ପଣ୍ଡା,ଦେବଶ୍ରୀ ନାୟକ,ଅଜୟ ପରିଡା ,ଜ୍ୟୋତି ପ୍ରଭା ଷଡ଼ଙ୍ଗୀ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଶିକ୍ଷକ ଦେବଦାସ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।