କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଜୟନ୍ତୀ
ବରୀ, ୨୯/୦୧ ( ରଂଜିତ ମହାନ୍ତି ) : ଯାଜପୁର ଜିଲା ବରୀ ବ୍ଲକ ଅନ୍ତର୍ଗତ ଗୋଳକୁଣ୍ଡଠାରେ ଅଭିମନ୍ୟୁ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ବିଦଗ୍ଧ କବି ଅଭିମନ୍ଯୁ ସାମନ୍ତସିଂହାରଙ୍କ ୨୬୮ତମ ଜୟନ୍ତୀ ପାଳିତ ହୋଇଛି। ଅନୁଷ୍ଠାନର ସଭାପତି ସୂଚନା ଲୋକସମ୍ପର୍କ ବିଭାଗର ପୂର୍ବତନ ନିର୍ଦେଶକ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥ୍ ଭାବେ ସୌମ୍ୟ ରଂଜନ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପିକା ମନସ୍ବିନୀ ମିଶ୍ର, ସ୍ବତନ୍ତ୍ର ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଶାସକ କୃପାସିନ୍ଧୁ ମିଶ୍ର, ସମ୍ମାନନୀୟ ଅତିଥି ଭାବେ ଯାଜପୁର ଜିଲାପାଳ ଅମ୍ବର କୁମାର କର, ଗୀତିକାର ଅରୁଣ ମନ୍ତ୍ରୀ, କୃଷ୍ଣ ନାୟକ ପ୍ରମୁଖ ଯୋଗଦେଇଥିଲେ। ବିଜୟ କୁମାର ମଲ୍ଲ ମଞ୍ଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଦିଲ୍ଲୀପ କୁମାର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ପରିଷଦ ଦ୍ବାରା ପ୍ରକାଶିତ ସାହିତ୍ୟ ପତ୍ରିକା ‘ବ୍ରାହ୍ମୀ'ର ଉନ୍ମୋଚନ ଅତିଥିଙ୍କ ଦ୍ବାରା କରାଯାଇଥିଲା। ବିଦ୍ୟାଳୟ ସ୍ତରୀ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଜୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ବାଲିଆଠାରେ କବିଙ୍କ ଜୟନ୍ତୀ ଉତ୍ସବକୁ ଉତ୍କଳ ସାହିତ୍ୟ ଏକାଡେମୀ ପାଳନ କରିଛି। ଏଠାରେ ଅଭିମନ୍ୟୁ ସାମନ୍ତସିଂ ନ୍ତସିଂହାର ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ରବ ରବୀନ୍ଦ୍ର କୁମାର ଦାସ, ସାହିତ୍ୟ ଏକାଡେମୀର ସଂଯୋଜକ ସଞ୍ଜୟ କୁମାର ଛୁଆଳ ସିଂ ପ୍ରମୁଖ ଯୋଗ ଦେଇଥିଲେ।