Hot Posts

6/recent/ticker-posts

ରୋଗୀ କଲ୍ୟାଣ ସମିତି ବୈଠକ, ଡାକ୍ତର ମାନେ ପାଳିରେ ଡିୟୁଟି ନ କରିବାକୁ ବିଧାୟକଙ୍କ ପରାମର୍ଶ

ବରୀ, ୧୮/୦୧ ( ରଂଜିତ ମହାନ୍ତି ) : ସରିଲା ରୋଗୀ କଲ୍ୟାଣ ସମିତି ବୈଠକ ଡିୟୁଟି ରେ ଠକୁଥୁବା ବରୀ ଗୋଷ୍ଠୀ କେନ୍ଦ୍ର ଅଧିକାରୀ,ଡ଼ାକ୍ତର ଓ କର୍ମଚାରୀଙ୍କ ଉପରେ ହେବ କଡ଼ା କାର୍ଯ୍ୟନୁଷ୍ଠାନ ଯାଜପୁର ଜିଲ୍ଲା ର ପ୍ରମୁଖ ବ୍ଲକ ଭାବେ ଜଣା ବରୀ ବ୍ଲକ ଥିବା ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ବର୍ଷ ହେବ ସ୍ଵାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ଦାୟିତ୍ଵ ରେ ଥିବା ଅଧିକାରି ଙ୍କ ମନ ମୁଖୀ କାର୍ଯ୍ୟ ସହ ଡାକ୍ତର ଓ କର୍ମଚାରି ମାନେ ପାଳି କରି ଡିୟୁଟି କରୁଥିବାରୁ ଉତ୍ତମ ସ୍ଵାସ୍ଥ୍ୟ ସେବା ରୁ ବଞ୍ଚ ହେଉଛନ୍ତି ବରୀ ବାସୀ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ବରୀ ବାସି କଟକ ବଡ ଡାକ୍ତରଖାନାକୁ ଯିବା ସହ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ଯାହାକୁ ନେଇ ଅନେକ ଥର ଲିତ ଅଭିଯୋଗ ପରେ ବି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ଵାସ୍ଥ୍ୟ ଅଧୂକାରୀ ଏଥ୍ ନେଇ କୌଣସି ଚିନ୍ତା ପ୍ରକଟ କରୁନଥିବା ବେଳେ ଚେଇଁ ଶୋଇଛି ସ୍ଵାସ୍ଥ୍ୟ ବିଭାଗ I ଯାହାକି ସ୍ଵାସ୍ଥ୍ୟ ବିଭାଗ ର ପାରିବା ପଣିଆ ଉପରେ ବଡ଼ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଯାହାକୁ ନେଇ ଆଜି ଅନୁଷ୍ଠିତ ରୋଗୀ କଲ୍ୟାଣ ସମିତି ବୈଠକ ରେ ସମିତି ର ଅଧ୍ଯକ୍ଷ ତଥା ବରୀ ବିଧାୟକ ବିଶ୍ଵ ରଞ୍ଜନ ମଲ୍ଲିକ ଯୋଗଦେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।ବରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ବରୀ ବାସି ଙ୍କୁ ଉତ୍ତମ ସ୍ଵାସ୍ଥ୍ୟ ସେବା ନମିଳିବା ରୋଗି କଲ୍ୟାଣ ସମିତି ର ବୈଠକ ରେ ପ୍ରସ୍ତାବିତ କାର୍ଯ୍ୟ ରେ ଅନିୟମିତତା ଦେଖାଯିବା ସହ ଅର୍ଥ ହେର ଫେରେ ହେଉଥ‌ିବା ସହ ଦାୟିତ୍ୱ ରେ ଥ‌ିବା ଅଧୂକାରୀ ନିୟମିତ ଚିକିତ୍ସାଳୟ ନ ଆସିବା। ଡ଼ାକ୍ତର କର୍ମଚାରୀ ମାନେ ପାଳିରେ ଡିୟୁଟି କରିବା, ଆଦି ଅନେକ ସମସ୍ୟା କୁ ନେଇ ବିଧାୟକ ଶ୍ରୀ ମଲ୍ଲିକ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶନିବାର ବରୀ ମାଉଣ୍ଟ ସ୍ଥିତ ଜଳ ସମ୍ପଦ ବିଭାଗ ଡାକ ବଙ୍ଗଳା ରେ ଆୟୋଜିତ ଏହି ବୈଠକ ରେ ପୂର୍ବ ବର୍ଷ ର ବୈଠକ ରେ ହୋଇଥିବା ପ୍ରସ୍ତାବିତ କାର୍ଯ୍ୟ ଓ ଖର୍ଚ୍ଚ ଉପରେ ଆଲୋଚନା ହେବା ସହ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଆବଶ୍ୟକ ଡାକ୍ତର ଓ କର୍ମଚାରୀ ନଥୁବା, ପାନୀୟ ଜଳ, ଶୌଚାଳୟ ଓ ଥ୍ରି ଫେଜ୍? ବିଦ୍ୟୁତ୍ ? ବ୍ୟବସ୍ଥା ସହ ନିର୍ମାଣ ହୋଈ ରହିଥ‌ିବା ନୂତନ୍? ଗୃହ କୁ ବରୀ ବାସି ଙ୍କ ସେବାରେ ଲଗାଇବାକୁ ଜିଲ୍ଲା ପ୍ରଶାସନ ଓ ସ୍ଵାସ୍ଥ୍ୟ ବିଭାଗ ସହ ଆଲୋଚନା କରି କାର୍ଯ୍ୟକାରୀ କରିବାକୁ କହିଥିଲେ | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ବିଭିନ୍ନ ସମସ୍ୟା ସହ ଡାକ୍ତର କର୍ମଚାରୀ ମାନେ ଡିୟୁଟି ରେ ଠକୁଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ | ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଥମେ ନିଜକୁ ସୁଧାରିବା କୁ ସମୟ ଦେବା ସହ ସହ ଡିୟୁଟି ରେ ନ ଠକିବାକୁ ପରାମର୍ଶ ଦେଉଥ୍ଲୋଆଗାମୀ ୧୫ ଦିନ ଭିତରେ ଡାକ୍ତର ଓ କର୍ମଚାରୀ ମାନେ ପାଳିରେ ଡିୟୁଟି ନ କରି ନୀତି ନିୟମ ଅନୁଯାୟୀ ଡିୟୁଟି କରିବା ସହ ବରୀ ବାସି ଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବା କ୍ଷେତ୍ର ରେ ଯଦି କୌଣସି ପଦକ୍ଷେପ ନିଆ ନଯାଏ । ତାହାଲେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସବ୍ୟସାଚୀ ଦାସ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାକୁ ଚେତାବନୀ ଦେଇଥିଲେ। ଶେଷରେ ନିଜର ଅପାରଗତା କୁ ନଲୁଚାଇ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସବ୍ୟସାଚୀ ଦାସ ଏବଂ ଉପସ୍ଥିତ ଡାକ୍ତର ଓ କର୍ମଚାରୀ ମାନେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପାଳି ରେ ଡିୟୁଟି କରୁଥିବା କଥା କୁ ସ୍ଵୀକାର କରିଥିଲେ ବୈଠକ ଶେଷରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଫୁଲ୍ଲ ନାୟକ ଧନ୍ୟବାଦ୍? ଦେବା ପରେ ବୈଠକ ଶେଷ ହୋଇଥଲା । ଏହି ବୈଠକ ରେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ର ବି ଋତୁପଣ୍ଡା, ଡାକ୍ତର ଡାକ୍ତର ଆଶିଷ ଦାସ, ଆୟୁଷ ଡାକ୍ତର କୈଳାସ ଚନ୍ଦ୍ର ପତି, ଶଶିକାନ୍ତ ସାହୁ, ବିପିଏମ୍ ପବିତ୍ର ଗୌରବ ଦାସ, ବିଶ୍ୱଜିତ୍? ମାହୁନ୍ତ, ସନ୍ଦୀପ ନାୟକ, ଅଜୟ କୁମାର ଦାସ, ଏଲ ଟି ବିଜୟ କୁମାର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ତେବେ ଦେଖୁବାକୁ ରହିଲା ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଓ କର୍ମଚାରୀ ମାନେ ନିୟମିତ ଡିୟୁଟି କରୁଛନ୍ତି ନା ପୂର୍ବ ପରି ପାଳି ରେ ରୋଗୀ ଦେଖୁଛନ୍ତି ତାହା ଉପରେ ନଜର ।