Hot Posts

6/recent/ticker-posts

MGNREGA ବଞ୍ଚାଅ ଅଭିଯାନ ସଂଗ୍ରାମ ପଦଯାତ୍ରା ଏବଂ ପଥପ୍ରାନ୍ତ ସଭା।

କୋରାପୁଟ, ୨୯/୦୧ ( ରଜତ ବାଘ ) : ରାଜ୍ୟ କଂଗ୍ରେସ କମିଟି ସଭାପତି ମାନ୍ୟବର ଶ୍ରୀଯୁକ୍ତ ଭକ୍ତଚରଣ ଦାସ ମହୋଦୟଙ୍କ ନିର୍ଦ୍ଦେଶାନୁସାରେ ପଟାଙ୍ଗି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିଗୋଟି ଗ୍ରାମ ପଞ୍ଚାୟତ ଶତାଧିକ କର୍ମୀ ଓ ପ୍ରତ୍ୟେକ ୱାର୍ଡ, ବୁଦ୍ଧିଜୀବୀ ,ସମାଜସେବୀ, ଯୁବଗୋଷଠୀ ଆଦିବାସୀ, ଦଳିତ, ପଛୁଆ, ବର୍ଗାଧରଣ, ଚାଷୀ, ଖଟିଖିଆ,ମଜଦୂର, ଓ ଶ୍ରମିକ ଭାଇଭଉଣୀ, ଅଞ୍ଚଳର ଜନସାଧାରଣଙ୍କୁ ବିରୋଧୀ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡ଼ାମଙ୍କ ଆହ୍ଵାନ କ୍ରମେ, କେନ୍ଦ୍ର ସରକାରଙ୍କ ଜନବିରୋଧୀ ନିଶ୍ଵତି ବିରୋଧରେ MGNREGA ବଞ୍ଚାଅ ଜନସଂପର୍କ ମାଥାଲପୁଟ ହାଟପଦା ଠାରୁ ଆରମ୍ଭକରି ବେଜାପୁଟ ସ୍ଥିତ ଇଡେନ୍ ଗାର୍ଡେନ ପର୍ଯ୍ୟନ୍ତ ପଦଯାତ୍ରା ଆୟୋଜିତ କରାଯାଇଥିଲା । ପଦ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଯେ ବର୍ତ୍ତମାନ ର କେନ୍ଦ୍ର ସରକାର MGNREGA ନାମକୁ ପରିବର୍ତ୍ତନ କରି VB-G-RAM ନାମରେ ନାମିତ କରିବା ଯୋଜନାକୁ ବିରୋଧ କରି ଥିଲେ । ଶ୍ରମିକ ମାନଙ୍କୁ ସୁରକ୍ଷା ପ୍ରଦାନ , ଟା ଟା କମ୍ପାନୀ ସ୍ମାର୍ଟ ମିଟର ଲଗାଇ ଜନସାଧାରଣଙ୍କୁ ଅର୍ଥ ହରୀ ଲୁଟ୍ କରିବା ଇତ୍ୟାଦି ବିଷୟକୁ ଘର ବିରୋଧ କରି ଲୋକଙ୍କୁ ସଚେତନ କରଇବାକୁ ଏହି ପଦ ଯାତ୍ରା କରାଯାଇ ଥିଲା । ଏହି କାର୍ଯ୍ୟ କ୍ରମରେ ବିରୋଧୀ ଦଳ ନେତା ବିଧାୟକ ରାମଚନ୍ଦ୍ର କାଡ଼ାମ, କୋରାପୁଟ ଜିଲ୍ଲା କଂଗ୍ରେସ ସଭାପତି ଶ୍ରଯୁକ୍ତ ରୂପକ ତୁରୁକ୍, ଜିଲ୍ଲାପରିଷଦ ସଭ୍ୟ ମିହିର କୁଲଦୀପ, କଂଗ୍ରେସ ନେତା କୃଷ୍ଣ କୁଲଦୀପ , ବିଧାୟକ ପ୍ରତିନିଧି ଶେଖର ଇଡିଂ, ଡବିନ ଖରା, ଏବଂ ଭୁବନ କୁଲଦୀପ ଥାଇ ଆଜିର କାର୍ଯ୍ୟକ୍ରମ କୁ ସଫଲ୍ୟ ମଣ୍ଡିତ କରିଛନ୍ତି । 

ରଜତ ବାଘଙ୍କ ରିପୋର୍ଟ ନବଦୂତ ନ୍ୟୂଜ ଓଡ଼ିଶା