Hot Posts

6/recent/ticker-posts

KORAPUT PASTORS AND LEADERS FELLOWSHIP ( KPLF) ତରଫରୁ ଶୀତ ବସ୍ତ୍ର ବଣ୍ଟନ,

କୋରାପୁଟ, ୨୬/୧୨ (  ଗୁପ୍ତ ପ୍ରସାଦ ପତ୍ରିକା ) : ଗରିବ ଦୀନ ଦୁଃଖି ଦରିଦ୍ର ମାନେ ରାସ୍ତା କଡ଼ରେ ,ବସଷ୍ଟାଣ୍ଡ ,ରେଳ ଷ୍ଟେସନରେ ଭୀଷଣ ଶୀତରେ ବହୁ କଷ୍ଟରେ ଜୀବନ ଯାପନ କରୁଥିବା ଦୃଶ୍ୟ ଅତ୍ୟନ୍ତ ଦୁଃଖ ଦାୟକ ହୋଇ ପଡ଼ିଛି ,କୋରାପୁଟ ରେ ବର୍ତ୍ତମାନ ତିନି, ଚାରି ଡିଗ୍ରୀ କୁ ପାରଦ ଖସି ଆସୁଚି ,ପ୍ରବଳ ଶୀତ ର ଲହରୀ ର ବାତାବରଣ ମଧ୍ୟରେ ଗରିବ ଙ୍କ ଜୀବନ ବିତୁଛି ,ଏହାକୁ ହୃଦୟଙ୍ଗମ କରି KORAPUT PASTORS AND LEADERS FELLOWSHIP ଶୀତ ବସ୍ତ୍ର ବଣ୍ଟନ କରୁଛି ,ବର୍ତ୍ତମାନ ଯାଏ ୧00 ରୁ ଅଧିକ କମ୍ବଳ KPLF ତରଫରୁ ବଣ୍ଟା ଯାଇଛି । KPLF ର ଏହି ପ୍ରକାର ମହତ୍ କାର୍ଯ୍ୟ ଦେଖି ବୁଦ୍ଧିଜିବୀ ମାନେ ପ୍ରଶଂସା କରିଛନ୍ତି । ଆଗାମୀ ଦିନ ମାନଙ୍କରେ ଅଧିକରୁ ଅଧିକ ଏହି ପ୍ରକାର ସାମାଜିକ ଉନ୍ନତି କାର୍ଯ୍ୟ କରିବେ ବୋଲି ,KPLF ର ଉପଦେଷ୍ଟା,ଶ୍ରୀ ସୁନିଲ୍ ଚାନ୍ଦ ଖୋସଲା ( ଆଇନ ଜିବୀ) , ସମାଜ ସେବୀ ଶ୍ରୀ ସତ୍ୟ ଶୋଭନ ସିଂ , G B KADRAKA , ବଳରାମ୍ ଖୋସଲା କହିଛନ୍ତି ।

କୋରାପୁଟ ରୁ ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ରିପୋର୍ଟ 
NABADUTA NEWS ODISHA.