ସୁବର୍ଣ୍ଣ ଜୟନ୍ତୀ ଅବସରରେ ବ୍ୟାସକବିଙ୍କୁ ବାଲୁକା ଶିଳ୍ପୀ ଓମ ପ୍ରକାଶ ଙ୍କ ଶ୍ରଦ୍ଧାଞ୍ଜଳି
କର୍ଲାମୁଣ୍ଡା, ୨୬/୧୨ (ସୁଶାନ୍ତ ରଣା) : ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକ ଆନନ୍ଦପୁର ପଂଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ମହମ୍ମଦପୁରର ସୁବର୍ଣ୍ଣ ଜୟନ୍ତୀ ପାଳିତ ହେଉଛି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରମୁଣ୍ଡା ଗ୍ରାମର ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଉକ୍ତ ସମାରୋହ ଟିକୁ ଓଡିଶା ବିଧାନସଭା ର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଉଦଘାଟନ କରିଛନ୍ତି। ଏଥିରେ ବାଲୁକା ଶିଳ୍ପୀ ଶ୍ରୀ ସାହୁଙ୍କ ଦ୍ୱାରା ନିର୍ମିତ ବାଲୁକା କଳାଟି ଉକ୍ତ ସମାରୋହର ମୁଖ୍ୟ ଆକର୍ଷଣ ସାଜିଛି। ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆଜି ଠାରୁ ୨୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ