Hot Posts

6/recent/ticker-posts

ନିମ୍ନ ମାନର କାମ, ଫଡ୍ ରେ ଫସିଲା ଟ୍ରକ୍

କର୍ଲାମୁଣ୍ଡା, ୨୯/୧୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର କଲୋନୀପଡ଼ାରେ ଠାରେ ନିର୍ମାଣ ହୋଇଥିବା ନୂତନ ଧାନ ମଣ୍ଡି ଫଡ଼ ନିମ୍ନ ମାନର ହୋଇଥିବା ଅଭିଯୋଗ ହେଉଛି। ଏହି ଧାନ ମଣ୍ଡି ରୁ ବହୁ ବିଳମ୍ବରେ ଧାନ ଉଠୁ ଥିବା ବେଳେ ସେହି ନବ ନିର୍ମିତ ଫଡ୍ ରେ ଧାନ ବୋଝେଇ ଟ୍ରକ ଦବି(ଫସି) ରହିଥିବା ଦେଖିବାକୁ ମିଲିଥିଲା। ଫଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ କଂକ୍ରିଟ କାମ କ'ଣ ଏଇୟା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଏଠାରେ ଠିକାଦାର ପୋଷା ନୀତିରେ କାର୍ଯ୍ୟ ଚାଲିଛି ବୋଲି ଚର୍ଚ୍ଚା ହେଉଛି।