ଜନଶୂନ୍ୟ ସ୍ଥାନରେ ଧାନମଣ୍ଡି, ଜନସାଧାରଣ ହଟହଟା |
ନବରଙ୍ଗପୁର, ୨୯/୧୨ ( ଶେଖର ଖୁରା ) : ବର୍ତମାନ ସରକାର ପ୍ରତି ଜିଲ୍ଲାର ପ୍ରତି ବ୍ଲକରେ ଧାନମଣ୍ଡିର ଶୁଭ ଉଦ୍ଘାଟନ କରିଥିବା ବେଳେ ନବରଙ୍ଗପୁର ଜିଲ୍ଲାର ତିନୋଟି ପଂଚାୟତ ପୂଜାରୀଗୁଡା, ଡିଗିସଲଫା ଓ ତେନ୍ତୁଳୀଖୁଣ୍ଟି ପଂଚାୟତ ପାଇଁ ତେନ୍ତୁଳୀଖୁଣ୍ଟି ବ୍ଲକ ସଦର ମହକୁମା ଠାରୁ ପ୍ରାୟ 3କିଲୋମିଟର ଦୂର ଏକ ନିଘଞ୍ଚ ଜଙ୍ଗଲ ତଥା ଜନଶୂନ୍ୟ ସ୍ଥାନରେ ଧାନ ମଣ୍ଡେଇର ସ୍ଥାପନା କରାଯାଇଛି |ଯାହା ତିନୋଟି ପଂଚାୟତର ଜନସାଧାରଣଙ୍କ ପାଇଁ କଷ୍ଟକର ବ୍ୟାପାର ପାଲଟି ଯାଇଛି |ମଣ୍ଡିକୁ ଯିବାକୁ ଅଛି ନା ଭଲ ରାସ୍ତା ଖଣ୍ଡେ ନା ଅଛି ପାନୀୟଜଳର ବ୍ୟବସ୍ଥା |ଏପରି ସ୍ଥିତିରେ ଚାଷୀ କେମିତି ମଣ୍ଡିରେ ପହଂଚି ନିଜ ନିଜ ଧାନ ବିକ୍ରୟ କରିବେ ତାହା ବର୍ତମାନ ପାଇଁ ବଡ଼ ପ୍ରଶ୍ନବାଚୀ?ରାସ୍ତାଟି ମାଟି ରାସ୍ତା ହୋଇଥିବା ବେଳେ ଖାଲଢିପ ଯୋଗୁଁ ଆବଡ ଖାବଡ଼ ହୋଇ ରହିଛି |ତେଣୁ ଯାନବାହାନ ଯିବା ଆସିବାରେ ସମସ୍ୟା ଦେଖାଯାଉଥିବା ଚାଷୀମହଲରେ ଅଭିଯୋଗ ହେଉଛି |ଚାଷୀମାନେ ସରକାରଙ୍କୁ ଆକ୍ଷେପ କରି କହୁଛନ୍ତି, ବାଃ ବାଃ ରେ ସରକାର, ଧନ୍ୟ ତୁମ କାର୍ଯ୍ୟ ଓ ତୁମ ଚାଷୀ ମାନଙ୍କ ପ୍ରତି ଥିବା ସମବେଦନାକୁ ଧନ୍ୟବାଦ |ଭାଷଣରେ ସବୁବେଳେ କହି ଆସୁଛ, ଆମେ ସବୁବେଳେ ଚାଷୀଭାଇ ମାନଙ୍କ ସହଯୋଗ ପାଇଁ ତତ୍ପର ଅଛୁ, ଚାଷୀର ମେରୁଦଣ୍ଡ ସଳଖ ରଖିବା ପାଇଁ ସବୁବେଳେ ଚେଷ୍ଟିତ ରହିଛୁ, ତେବେ କଣ ଏଇଟା ତୁମ ଚାଷୀମାନଙ୍କ ପ୍ରତି ସମବେଦନା? କଣ ଏମିତି ହିଁ ତୁମେ ଚାଷୀଙ୍କୁ ସହଯୋଗ କରୁଛ? ସରକାରଙ୍କ ନୀତିନିୟମକୁ ଚାଷୀମାନେ ନିନ୍ଦା କରିବା ସହିତ ସରକାରଙ୍କ ଏଭଳି କାମକୁ ଚାଷୀ ମହଲରେ ନିନ୍ଦା କରାଯାଉଛି |ତେବେ ଚାଷୀଙ୍କ ପ୍ରତି ଯେଉଁ ସମସ୍ୟା ଦେଖାଯାଉଛି ତାର ସମାଧାନ ପାଇଁ ସରକାର କଣ ପଦକ୍ଷେପ ନେଉଛନ୍ତି ବର୍ତମାନ ତାହା ହିଁ ଦେଖବାକୁ ବାକି ରହିଲା?