ଶତଦଳ ଯୁବକ ସଂଘ ପକ୍ଷରୁ ସଫେଇ
ବରୀ, ୩୦/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ ଚନ୍ଦନପୁର ଗ୍ରାମର ଶତଦଳ ଯୁବକ ସଂଘ ପକ୍ଷରୁ ବ୍ରାହ୍ମଣୀ ନଦୀ ଉପରେ ଚନ୍ଦନପୁର ରୁ ରାମଚନ୍ଦ୍ରପୁର କୁ ସଂଯୋଗ କରୁଥିବା ସେତୁ ଉପରେ ଦୁଇ ପାର୍ଶ୍ବ ରେ ଜମାହେଇଥିବା ବାଲି କୁ ୨ ଦିନଧରି ଯୁବକ ସଂଘ ପକ୍ଷରୁ ସଫେଇ କରିଥିଲେ । ଏହାଦ୍ଵରା ଯାତାୟତ ପାଇଁ ଲୋକମାନେ ଅସୁବିଧା ରୁ ମୁକ୍ତି ପାଇଛନ୍ତି । ଉକ୍ତ କାର୍ଯ୍ୟକ୍ରମ କୁ କ୍ଲବ ର ସଦସ୍ୟମାନଙ୍କ ମଧ୍ୟରେ ଯଯାତି କେଶରୀ ଜେନା, ଲଲାଟ କେଶରୀ ବିଶ୍ଵାଳ, ସୁଶାନ୍ତ ବିଶ୍ଵାଳ, ସୁଭାଶିଷ ଜେନା, ଭବାନି ଶଙ୍କର, ପ୍ରଭାସ ବିଶ୍ଵାଳ, ଶଙ୍କର ପରିଡା, ଶୁଭ୍ରାଂଶୁ ପରିଡା, ଅଭିଜିତ ଧଳ, ମଳୟ ପରିଡା ସମେତ କ୍ଲବ ର ସଦସ୍ୟମାନେ ସାମିଲ ହେକ୍ଷଇଥିଲେ ।