Hot Posts

6/recent/ticker-posts

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ

ସିନାପାଲି, ୨୯/୧୨ (ଶୋଭାରାମ ମହାନନ୍ଦ) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଟିଆଗୁଡ଼ା ସ୍ଥିତ ମାଁ ବେଲାରାଣୀ ଢ଼ାବା ନିକଟରେ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯୁବକ ଜଣକ ଚଟିଆଗୁଡ଼ା ଗ୍ରାମର କିଶୋର ଚନ୍ଦ୍ର ମାଝି(୩୭)। ଗତକାଲି ସନ୍ଧ୍ୟାରେ ନିଜ ଶଶୁର ଘର ପେଣ୍ଡରେନ୍ ଗ୍ରାମକୁ ଯାଇଥିଲେ। ସନ୍ଧ୍ୟା ୧୦ଘଣ୍ଟା ସମୟରେ ନିଜ ଗ୍ରାମ ଚଟିଆଗୁଡ଼ା କୁ ଫେରୁଥିଲେ। ଏହି ସମୟରେ ବିଜୁ ଏକ୍ସପ୍ରେସ ରାସ୍ତାରେ ଆସୁଥିବା ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଗୁରୁତ୍ଵ ହୋଇ ପଡ଼ିଥିଲେ। ବିଜୁ ଏକ୍ସପ୍ରେସ ରାସ୍ତାରେ ଯାଉଥିବା ଏକ ଟ୍ରକ ଅଟକାଇ ଟ୍ରକ୍ ଡ଼୍ରାଇଭର ଆମ୍ବୁଲାନ୍ସ କୁ ଡାକି ସିନାପାଲି ହସ୍ପିଟାଲ କୁ ସ୍ଥାନୀୟ ଯୁବକ ମାନଙ୍କ ସହାୟତାରେ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତାଙ୍କ ଭାଇ ଭାନୁପ୍ରତାପ ମାଝୀ ସିନାପାଲି ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଯୁବକଙ୍କ ମୁହଁରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତ ସ୍ରାବ ହୋଇଥିଲା। ଫଳରେ ତାଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଆଜି ସିନାପାଲି ଡାକ୍ତର ଖାନାରେ ତାଙ୍କ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ୍ ପରିବାରରେ ତାଙ୍କ ସ୍ତ୍ରୀ ସହ ଏକ ୪ବର୍ଷୀୟା ପୁଅ ରହିଛି। ଯୁବକ ଜଣକ ଗରିବ ଶ୍ରେଣୀର ଅଟନ୍ତି। ସେ ଦୈନିନ୍ଦିନ କୁଲି ମଜୁରୀ କାମ କରି ପରିବାର ପ୍ରତି ପୋଷଣ କରି ଆସୁଥିଲେ।