Hot Posts

6/recent/ticker-posts

ବିରି ଫସଲରେ କାଳମୁଖୀ ପୋକ ର ଆତଙ୍କ, ଚିନ୍ତା ରେ ଚାଷି

ବରୀ, ୨୯/୧୨ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳରେ ବିରି ଫସଲରେ କାଳମୁଖୀ ପୋକ ଲାଗିଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ଶହଶହ ଏକର ଜମିରେ ବରିଫସଲ ନଷ୍ଟ ହୋଇଥିବା ଚଷୀ କହିଛନ୍ତି । ବରୀ ବ୍ଲକ୍ ଅଧୀନ ଫୁଲୁପୁର, ରଜାପୁର, ଅରଙ୍ଗାବାଦରେ ଚାଷୀମାନେ ଧାରକରଜ କରି ବିରି ଫସଲ କରିଥିଲେ | ଏହି ପୋକ ବିରିଗଛକୁ ଖାଇବା ସହିତ ଛୁଇଁକୁ ମଧ୍ୟ ସମ୍ପୂର୍ଣ୍ଣ ଖାଇଯାଉଛନ୍ତି ବୋଲି ଚାଷୀ କୈବଲ୍ୟ ପାଗଳ, ନବଘନ ପାଗଳ, ପ୍ରଫୁଲ୍ଲ ମଲିକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବ୍ଲକ୍ କୃଷି ଅଧିକାରୀ ଜ୍ୟୋତିର୍ମୟୀ ବେହେରାଙ୍କୁ ପଚାରିବାରେ ଆମେ ଚାଷୀଙ୍କୁ ରିହାତି ଦରରେ କୀଟନାଶକ ଯୋଗାଇବାର ବ୍ୟବସ୍ଥା କରିଛୁ ବୋଲି କହିଛନ୍ତି