ବରୀ ବ୍ଲକ କଂଗ୍ରେସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ
ବରୀ, ୨୯/୧୨ ( ରଂଜିତ ମହାନ୍ତି ) : ବରୀ ବ୍ଲକ କଂଗ୍ରେସ ପକ୍ଷରୁ ରବିବାର ବରିମାଉଣ୍ଡ ସ୍ଥିତ କଂଗ୍ରେସ କାର୍ଯ୍ୟାଳୟ ରେ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି! ବରିଷ୍ଠ କୃଷକ ନେତା ଅନନ୍ତ ନାରୟଣ ଭୂୟାଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ପି ସି ସି ଉପ ସଭାପତି ତଥା କଂଗ୍ରେସ ସଂଗଠକ ସୁଧାଂଶୁ ଶେଖର ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କଂଗ୍ରେସ ଦଳ ଭାରତବର୍ଷ ପାଇଁ ଲଢେଇ କରି ଆସୁଛି, ଦଳିତ, ଅବହେଳିତ, ଗରିବ,କୃଷକ ମାନଙ୍କ ହକ ପାଇଁ ସର୍ବଦା ଲଢେଇ ଜାରି ରଖିଛି!ମହାତ୍ମା ଗାନ୍ଧୀ ଙ୍କ ପଥ ଅନୁସରଣ କରି ସାଧାରଣ ଲୋକଙ୍କ ପାଖରେ ପହଂଚିବ ବୋଲି ପ୍ରତିଷ୍ଠା ଦିବସ ରେ ଶପଥ ଗ୍ରହଣ କରିଛି ବୋଲି କହିଥିଲେ!ବରୀ ବ୍ଲକ କଂଗ୍ରେସ କୋଡିନେଟର ସନତ କୁମାର ଜେନା ବରୀ ନିର୍ବଚନମଣ୍ଡଳୀ ର ପ୍ରତେକ ପରିବାର ନିକଟରେ ପହଂଚି କଂଗ୍ରେସ ସହିତ ଯୋଡି ହେବାକୁ ନିବେଦନ କରିବା ସହିତ ସଂଗଠନ କୁ ମଜଭୁତ କରିବା ପାଇଁ ଆହ୍ୱାନ ଦେଇଥିଲେ!ଅନ୍ୟମାନଙ୍କ ମଧ୍ୟ ରେ ଦେବ ପ୍ରଧାନ, ବରିଷ୍ଠ ସଂଗଠକ ନିରଞ୍ଜନ ସାମଲ, ମାନସ ପରିଡା, ରମେଷ ଜେନା, ଶରତ ଜେନା, ସୁବାସ ଜେନା, ନଣ୍ଡା ମଲିକ, କୃଷକ ନେତା ସରୋଜ ଜେନା ପ୍ରମୁଖ ଶତାଧିକ କଂଗ୍ରେସ ପ୍ରେମୀ କର୍ମୀ ଉପସ୍ଥିତ ଥିଲେ