Hot Posts

6/recent/ticker-posts

ପରମାନନ୍ଦପୁର ଗ୍ରାମରେ ଜାମ ତଳିଆ, କେଉଁଟ ସମାଜ ର ମହା ବନ୍ଧୁ ମିଳନ

କର୍ଲାମୁଣ୍ଡା, ୨୯/୧୨ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମରେ ଜାମ ତଳିଆ କେଉଁଟ ସମାଜର ମହା ବନ୍ଧୁ ମିଳନ କାର୍ଯକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ସାନ ଡୁଙ୍ଗୁରିଗୁଡ଼ା ଆଞ୍ଚଳିକ ସଂଘ ଆୟୋଜନ କରିଥିଲେ। ଏଥିରେ ଘଣ୍ଟମାଲ ଆଞ୍ଚଳିକ ସଂଘ, ହେତାଖଣ୍ଡ ଆଞ୍ଚଳିକ ସଂଘ, ଖୁସମାଲ ଆଞ୍ଚଳିକ ସଂଘ, ଖୁସମାଲ୍ ପଶ୍ଚିମାଞ୍ଚଳ ଆଞ୍ଚଳିକ ସଂଘ ଓ ରେଙ୍ଗାଲି ଆଞ୍ଚଳିକ ସଂଘର ସଭାପତି/ ସମ୍ପାଦକ/ ନାଏକ/ ସଭ୍ୟ ଆଦି କର୍ମକର୍ତ୍ତା ତଥା ସାନ ଡୁଙ୍ଗୁରିଗୁଡ଼ା ଅଞ୍ଚଳର କର୍ମକର୍ତ୍ତା ଓ ଜାତିଭାଇ ଉପସ୍ଥିତ ଥିଲେ। ପ୍ରଥମେ କୁଲଦେବି ମା ସୁରେଶ୍ଵରୀ ମନଖାଇ ଙ୍କ ପୂଜାର୍ଚ୍ଚନା ନାଏକ ମାନଙ୍କ ଦ୍ଵାରା କରାଗଲା। ଏହି ବନ୍ଧୁ ମିଳନ ରେ ପୃଥ୍ୱୀରାଜ ଦଣ୍ଡସେନା ସଭାପତିତ୍ୱ କରିଥିବା ବେଳେ କୁବେର ବୁଡେକ୍ ପରିଚାଳନା କରିଥିଲେ। ସୁଦୃଢ଼ ସମାଜ ଗଠନ, ଆଞ୍ଚଳିକ କମିଟି ମଧ୍ୟରେ ସୁସମ୍ପର୍କ ସ୍ଥାପନ ତଥା ସମାଜ ର ଉନ୍ନତି ଦିଗରେ ସୁମନ୍ତ ଦଣ୍ଡସେନା, ପରମାନନ୍ଦ ନାଏକ, ସୁଶାନ୍ତ କୁମାର ବୁଡେକ, ଭାସ୍କର ମଲ୍ଲିକ, ଜଗନ୍ନାଥ ନାଏକ, ଚକ୍ରଧର ମଲ୍ଲିକ, ରବି ମଲ୍ଲିକ, ଚାଣକ୍ୟ ନାଏକ, ଗୁର୍ ନାଏକ, ଶେଷଦେବ ମଲ୍ଲିକ, ଚିନ୍ତାମଣି ଦଣ୍ଡସେନା, ହଜାରରୁ ଦଣ୍ଡସେନା ପ୍ରମୁଖ କର୍ମକର୍ତ୍ତା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ସାନ ଡୁଙ୍ଗୁରିଗୁଡ଼ା ଆଞ୍ଚଳିକ ସଭାପତି ଜ୍ୟୋତିଷ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯକ୍ରମର ସୁପରିଚାଳନା ପାଇଁ ସାନ ଡୁଙ୍ଗୁରିଗୁଡ଼ା ଆଞ୍ଚଳିକ ସଂଘ ର ସମ୍ପାଦକ ଗୌରୀ ଶଙ୍କର ଦଣ୍ଡସେନା, କମିଟିର ସମସ୍ତ କର୍ମକର୍ତ୍ତା ଓ ଆଞ୍ଚଳିକ ସଂଘର ସମସ୍ତ ଜାତିଭାଇ ସହଯୋଗ କରିଥିଲେ।


କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ନବଦୂତ