Hot Posts

6/recent/ticker-posts

ରାୟଗଡ଼ା ଯୁବ ଓକିଲ ଟି . ନାଗାରାଜୁ ସରକାରୀ ଓକିଲ ଭାବେ ନିଯୁକ୍ତ

ରାୟଗଡ଼ା, ୨୮/୧୨ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ଜର୍ଜସିପ ଅଧୀନରେ ବିଭିନ୍ନ କୋର୍ଟରେ ସରକାରୀ ଓକିଲ ଘୋଷଣା କରାଯାଇଛି । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବା ପରେ ଦୀର୍ଘ ୧୬ ମାସ ପରେ ୩୧ଟି ପଦବୀ ଗୁଡ଼ିକ ଘୋଷଣା ହେଇଛି। ଯୁବ ଓକିଲ ଟି. ନାଗାରାଜୁ ଙ୍କୁ ପି.ଏମ.ଯେ.ଯେ.ବି କୋର୍ଟର ଆସିଷ୍ଟାଣ୍ଟ ପୋବ୍ଲିକ ପ୍ରୋଷିକ୍ୟୁଟର ଭାବରେ ନିଯୁକ୍ତି ପାଇଛନ୍ତି । ନିଯୁକ୍ତି ପାଇବା ପରେ ବିଭିନ୍ନ ମହଲରୁ ଖୁସିର ଲହରୀ ଖେଳିଯାଇଛି । ସ୍ଥାନୀୟ ବିଭିନ୍ନ ସଂଗଠନ ମାନଙ୍କ ତରଫରୁ ଶୁଭେଚ୍ଛା ଜଣେଇବା ସହ ଆଶିର୍ବାଦ ପ୍ରଦାନ କରିଛନ୍ତି । ଯୁବ ଓକିଲ ଟି. ନାଗାରାଜୁ ନିଯୁକ୍ତି ଦେଇଥିବାରୁ ଭାଜପା ସରକାର ଓ ମାନ୍ୟବର ମୁଖ୍ୟମନ୍ତ୍ରୀ କୁ ଧନ୍ୟବାଦ ମଧ୍ୟ ଜଣେଇଛନ୍ତି ।