Hot Posts

6/recent/ticker-posts

ବାଇକ୍ କୁ ଧକା ଦେଇ ଦୁଇ ଗୁରୁତର

ଚକାପାଦ, ୨୩/୧୧ (ବାଳକୃଷ୍ଣ କହଁର) : କନ୍ଧମାଳ ଜିଲ୍ଲା ଫୁଲବାଣୀ ଠାରୁ ବ୍ରହ୍ମପୁର ମୁଖ୍ୟ ୧୫୭ ନଂ ଜାତୀୟ ରାଜପଥ ଚକାପାଦ ବ୍ଲକ ଗୁଡ୍ରିଗାଁ ନିକଟ ରେ ଆଜି ଅପରାହ୍ନ ୪ ଟା ସମୟ ରେ ବାଇକ୍ କୁ କାର ଧକ୍କାଦେଇ ଗଛକୁ ପିଟି ହୋଇଯାଇଛି। ସୂଚନା ଅନୁସାରେ ବାଇକ୍ ଚାଳକ ଖଜୁରୀପଡ଼ା ବ୍ଲକ ଟିଟିରାପଙ୍ଗା ପଞ୍ଚାୟତ ନେଡ଼ିଗୁଡା ଗ୍ରାମର ରାଜେନ୍ଦ୍ର ମହାନନ୍ଦ ବୋଲି ଜଣାପଡିଛି। କାର ବାଲା ଅନୁଗୋଳ ଜିଲ୍ଲା ତାଳଚେର ଡେରା ଅଞ୍ଚଳ ର ସନ୍ତୋଷ କୁମାର ଦଳବେହେରା ହୋଇଥିବା ବେଳେ ସେ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ସସ୍ମିତା ପ୍ରଧାନ ଙ୍କ ସହ ଦାରିଙ୍ଗବାଡି ପାର୍କ ବୁଲାବୁଲି କରି ନିଜ ଘରକୁ ଫେରୁଥିଲେ। ସେହି ସମୟ ରେ ଗୁଡ୍ରିଗାଁ ନିକଟରେ ବାଇକ ଧରି ରାଜେନ୍ଦ୍ର ଠିଆ ହୋଇଥିବା ସମୟ ରେ ଧକ୍କା ଦେଇଥିଲା। ରାଜେନ୍ଦ୍ର ଉଦୟଗିରି ଥାନା ରେ ଆଇ ଆର ବି ବାଟାଲିୟନ ରେ କାର୍ଯ୍ୟରତ ଥିବା ଜଣାପଡିଛି। ବାଇକ୍ ଚାଳକ ଙ୍କୁ ଫୁଲବାଣୀ ଚିକିତ୍ସାଳୟ କୁ ପଠାଇଥିବା ବେଳେ କାର ଚାଳକ ଉଭୟଙ୍କୁ ଟିକାବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ପଠା ଯାଇଥିବା ଜଣାପଡିଛି। ଖବର ପାଇ ଟିକାବାଲି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଓ କାର କୁ ଜବତ କରି ଥାନା କୁ ଆଣି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ ନବଦୂତ ନିଉଜ ।