ଝରିଗାଁ ବିଧାନସଭା ସ୍ତରୀୟ ବନ୍ଦେ ମାତରମ ରାଷ୍ଟ୍ରଗୀତ ର 150 ବର୍ଷ ପୂର୍ତ୍ତି ପାଳିତ |
ଝରିଗାଁ, ୨୩/୧୧ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ସ୍ଥିତ କଲ୍ୟାଣୀ ମଣ୍ଡପ ପରିସର ମଧ୍ୟରେ ଝରିଗାଁ ବିଧାନସଭା ସ୍ତରୀୟ ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତର 150 ବର୍ଷ ପାଳିତ ହୋଇଯାଇଛି |ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା, ବିଜେପି ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ଯୌତିଚନ୍ଦ୍ର ବିଷୋୟୀ ପ୍ରମୁଖ ମଞ୍ଚାସିନ ରହିଥିଲେ |ଜିଲ୍ଲା ସଭାପତି ଶ୍ରୀ ଦାଶ ବନ୍ଦେ ମାତରମ ରାଷ୍ଟ୍ରଗୀତର ରଚନା ସମୟରେ ଭାରତ ସ୍ଥିତି, ରଚୟିତା ବଂକିମ ଚନ୍ଦ୍ର ଚାଟାର୍ଜିଙ୍କ ଜୀବନୀ ଓ ବନ୍ଦେ ମାତରମ ଗୀତ କିଭଳି ଭାରତୀୟ ମାନଙ୍କ ମଧ୍ୟରେ ଏକତା ଆଣିବା ସହ ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶଭକ୍ତି ନିଆଁ ପ୍ରଜ୍ଜଳନ କରିବାରେ କିଭଳି ମୁଖ୍ୟ ଭୂମିକା ନେଇଥିଲା ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝେଇଥିବା ବେଳେ ସାଂସଦ ଶ୍ରୀ ବଳଭଦ୍ର ମାଝୀ ଆତ୍ମ ନିର୍ଭର ଭାରତ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ |ବିଧାୟକ ନରସିଂହ ଭତରା ମଧ୍ୟ ଆତ୍ମ ନିର୍ଭରଶୀଲ ଭାରତ କଣ କାହିଁକି ଏହାର ଆବଶ୍ୟକ ରହିଛି ସେ ଉପରେ ପ୍ରାଞ୍ଜଳ ଭାବେ ବୁଝେଇଥିଲେ |କାର୍ଯ୍ୟକ୍ରମରେ ବିଜେପିର ବ୍ଲକ ସଭାପତି, ପଂଚାୟତ ସଭାପତି, ମଣ୍ଡଳ ସଭାପତି ଙ୍କ ସମେତ ସମସ୍ତ କର୍ମୀ ଓ ସମର୍ଥକମାନେ ବହୁସଂଖ୍ୟାରେ ଯୋଗ ଦେଇଥିଲେ |