Hot Posts

6/recent/ticker-posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା।

ଜୟପୁର, ୨୩।୧୧ : ( ଏ.ଭେଙ୍କଟ ରାଓ ) : ରାଜ୍ୟ ଆଇନ ସେବା ପ୍ରାଧିକରଣ, ନିର୍ଦ୍ଧେଶ କ୍ରମେ ଜିଲ୍ଲା ଜିଲ୍ଲା ଦୌରା ଜଜ ତଥା ଜିଲ୍ଲା ଆଈନ ସେବା ପ୍ରାଧିକରଣର ଅଧକ୍ଷ ପ୍ରଦୀପ କୁମାର ମହନ୍ତଙ୍କ ତତ୍ଵାବଧାନରେ କୋରାପୁଟ ଜିଲ୍ଲାର ସମସ୍ତ ବିଚାରାଳୟ ତଥା ତାଲୁକା ସ୍ତରରେ କୋରାପୁଟ, ସେମିଲିଗୁଡା, ଦଶମନ୍ତପୁର, ଲମତାପୁଟ, ଲକ୍ଷ୍ମୀପୁର, କୋଟପାଡ ଏବଂ ବୋରିଗୁମ୍ମା ରେ ଆଜି ସରକାରୀ ବିଦ୍ୟାଳୟ ଏବଂ ଘରୋଇ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଦୁଇଟି ବର୍ଗ ରେ ଯଥା ସପ୍ତମ ଶ୍ରେଣୀ ଅଷ୍ଟମ ଶ୍ରେଣୀ ବର୍ଗ ୧ ଏବଂ ନମବ ଶ୍ରେଣୀ ଦଶମ ଶ୍ରେଣୀ ବର୍ଗ ୨ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ସେହିପରି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୟପୁର ଏ.ଡି.ଆର୍ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ପ୍ରତିଯୋଗିତା ରେ ଜିଲ୍ଲା ଦୌରା ଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର କୋରାପୁଟ ଶ୍ରୀ ପ୍ରଦୀପ କୁମାର ମହନ୍ତ, ଅତିରିକ୍ତ ଜିଲ୍ଲା ଜଜ୍ ସହ ସ୍ୱତନ୍ତ୍ର ଜଜ୍ ପୋକ୍ସ ଡ.ସଂଘମିତ୍ରା ଦାଶ,ବରିଷ୍ଠ ଦେବାନି ବିଚାରପତି ସ୍ଵୟଂ ପ୍ରକାଶ ଦାସ, ମହିଳା ଅଦାଲତ ବିଚାରପତି ଅଳକନନ୍ଦା ମହାନ୍ତି, ରେଜିଷ୍ଟ୍ରାର ସିଭିଲ କୋର୍ଟ ତଥା ଭାରପ୍ରାପ୍ତ ସଚିବ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ବିଷ୍ଣୁ ପ୍ରସାଦ ଦେବତା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକରି ସନ୍ତୋଷ କୁମାର ବାରିକ, ପ୍ରଥମ ଶ୍ରେଣୀ ବିଚାର ବିଭାଗ ଦଣ୍ଡାଧିକାରି ହରମନ ଦାଶ, ଦ୍ବିତୀୟ ଶ୍ରେଣୀ ବିଚାରବିଭାଗ ଦଣ୍ଡାଧିକାରୀ ସୁଶ୍ରୀ ଦୀକ୍ଷା ରାଉତରାଇ, ପ୍ରବେସନ ମାଜିଷ୍ଟ୍ରେଟ୍ ଦେବଦତ୍ତ ଜେନା ଉପସ୍ଥିତ ରହି ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା କିନ୍ତୁ କୌଣସି ପ୍ରତିଯୋଗିତା ଙ୍କୁ ପ୍ରଥମ ସ୍ଥାନ, ଦ୍ବିତୀୟ ସ୍ଥାନ ଏବଂ ତୃତୀୟ ସ୍ଥାନ ଘୋଷଣଆ କରାଯାଇ ନାହିଁ । ଏହି କାର୍ଯ୍ୟ କ୍ରମରେ କୋରାପୁଟ ଜିଲ୍ଲାର ସମସ୍ତ ବିଚାରାଳୟ ତଥା ତାଲୁକା ଆଇନ ସେବା କମିଟି ର କୋରାପୁଟ, ସେମିଲିଗୁଡା, ଦଶମନ୍ତପୁର, ଲକ୍ଷ୍ମୀପୁର ର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ଏ.ଭେଙ୍କଟ ରାଓ.. ରିପଟର ନବଦୂତ ନ୍ୟୁଜ (ଜୟପୁର,)