Hot Posts

6/recent/ticker-posts

ଓଡ଼ିଶା ଅମଲା ସଂଘ କୋରାପୁଟ ଶାଖା ର ସାମ୍ବାଦିକ ସମ୍ମିଳନୀ

କୋରାପୁଟ, ୨୩/୧୧ ( ଗୁପ୍ତ ପ୍ରସାଦ ପତ୍ରିକା / ଏ. ଭେଙ୍କଟ ରାଓ  ) : ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ଙ୍କ ଦ୍ବାରା ଜୟପୁର ଯାଦବ ଭବନ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି, ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ନିର୍ବାଚିତ କମିଟି ତା ୦୫.୦୨.୨୦୨୩ ରିଖ ରେ ହୋଇଥିବା ସ୍ଥଳେ ତା ୦୫.୦୨.୨୦୨୬ ରେ କାର୍ଯ୍ୟକାଳ ସରୁଥିବାରୁ ଏକ ମାସ ପୁର୍ବରୁ ଓଡ଼ିଶା ଅମଲା ସଂଘ ର ନିର୍ବାଚନ କରିବା ନିମନ୍ତେ ପୁର୍ବ ବୈଠକ ରେ ସ୍ଥିର କରାଯାଇ ରାଜ୍ୟ ସଂଘ କୁ ଅବଗତ କରାଯାଇଥିଲା ଓ ଏହା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିଲା, ଏ ନେଇ ଆଜି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ବିଘଟନ କରାଯାଇଥିବା ଶ୍ରୀ ଦାଶ୍ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି, ତା ୩୦.୧୧.୨୦୨୫ ରିଖ ଦିନ ଜୟପୁର ଯାଦବ ଭବନ ଠାରେ ଓଡ଼ିଶା ଅମଲା ସଂଘ ର ସଦସ୍ୟ ବିଭିନ୍ନ ପଦ ପଦବୀ ନିମନ୍ତେ ପ୍ରାଥିପତ୍ର ଦାଖଲ କରିବା ନିମନ୍ତେ ସ୍ଥିର କରାଗଲା, ଉକ୍ତ ଦିନ ପ୍ରାର୍ଥିପତ୍ର ଯାଞ୍ଚ କରି ଚୁଡାନ୍ତ ପ୍ରାର୍ଥୀ ତାଲିକା ଘୋଷିତ କରାଯିବ, ତା ୧୪.୧୨.୨୦୨୫ ରିଖ ଦିନ ଜୟପୁର ଯାଦବ ଭବନ ଠାରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ନିର୍ବାଚନ ହେବା ନିମନ୍ତେ ସ୍ଥିର କରାଗଲା, ଶ୍ରୀ ନରେନ୍ଦ୍ର ନାଥ ତ୍ରିପାଠୀ ନିର୍ବାଚନ ଅଧ୍ୟକ୍ଷ, ଶ୍ରୀ ସୁନାକର ରାଉତ, ଶ୍ରୀ କାହ୍ନୁଚରଣ ନାୟକ, ଶ୍ରୀ ଲକ୍ଷ୍ମୀକାନ୍ତ ଦାଶ୍, ସୁଦର୍ଶନ ସାହୁ ନିର୍ବାଚନ ଅଧିକାରୀ ରୂପେ ଚୟନ କରାଗଲା, ଉକ୍ତ ସମ୍ମିଳନୀ ଶ୍ରୀ ସୁନାକର ରାଉତ, ପୁର୍ବତନ ରାଜ୍ୟ ଅଧ୍ୟକ୍ଷ, ଶ୍ରୀ କାହ୍ନୁଚରଣ ନାୟକ, ବରିଷ୍ଠ ସଦସ୍ୟ, ଶ୍ରୀ ସଞ୍ଜୟ କୁମାର ପଣ୍ଡା, ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ କୈଳାସ ସାମନ୍ତରାୟ ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ରାଜେନ୍ଦ୍ର ନାରାୟଣ ପାଢି ସହ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ଜଗେନ୍ଦ୍ର ଚୈଧୁରି, ଶ୍ରୀ ଜଗନ୍ନାଥ ଦାଶ, ଶ୍ରୀ କାଳି ପ୍ରସାଦ ମିଶ୍ର, ଶ୍ରୀ ବିନାୟକ ପଣ୍ଡା, ଶ୍ରୀ ତ୍ରିନାଥ ପଣ୍ଡା, ଶ୍ରୀ ବାଳ ଗୋପାଳ ମିଶ୍ର, ଶ୍ରୀ ସାନ୍ତୁନୁ ଜେନା ବରିଷ୍ଠ ସଦସ୍ୟ ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ, ପରି ଶେଷରେ ଶ୍ରୀ ଦାଶ୍ ସମସ୍ତ ମିଡିଆ ବନ୍ଧୁ ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସମ୍ମିଳନୀ ସାଙ୍ଗ କରିଥିଲେ



ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ସହ ଏ. ଭେଙ୍କଟ ରାଓ ଙ୍କ ରିପଟ ନବଦୂତ ନ୍ଯୁଜ