ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ)-୨୫-୨୬ ପ୍ରଥମ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ l
ଡାବୁଗାଁ, ୨୭/୧୦ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ) -୨୫ -୨୬ ପ୍ରଥମ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଆକଳନ କାର୍ଯ୍ୟକ୍ରମ ଚାଲୁ ଥିବା ବେଳେ ଡାବୁଗାଁ ବ୍ଲକ ଘୋଡାକୁଣ୍ଟା UG high school Ghodakhunta ରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ପ୍ରଧାନ ଶିକ୍ଷକ ନରସିଂଭତ୍ରା, ଅଜୟ କଚିମ୍,ପିତମ୍ ଶବର,ଚିନ୍ମୟ କୁ ଜେନା,ଗଦାଧର ମାଝୀ, ସହ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ଅଶିକ୍ଷିତ ବାଳକ,ବାଳିକା,ପୁରୁଷ, ମହିଳା ଯେଉଁ ମାନେ ମୌଳିକ ଶିକ୍ଷାରୁ ଅସିମିତ ଥିବେ ସେମାନେ ପାଠ ପଡି ପାରୁନଥିବେ କିମ୍ବା ନିଜ ନାମ ଲେଖି ପାରୁ ନଥିବେ ସେହିପରି ବ୍ୟକ୍ତି ଙ୍କୁ ଚୟନ କରି ଏପରିକି ମୋଟ ୭୫ ଜଣ ପୁରୁଷ ଓ ମହିଳା ସକାଳ ୭.୩୦ ରୁ ୫ ଘଣ୍ଟା ପର୍ଯ୍ୟନ୍ତ ପୂର୍ଣ୍ଣ ସଂଖ୍ୟା ୧୫୦ ନମ୍ବର ମାର୍କ ପ୍ରଥମ ମୌଳିକ ସାକ୍ଷରତା ଓ ସଂଖ୍ଯା ଜ୍ଞାନ ଆକଳନ ପରୀକ୍ଷା କରାଯାଇଥିଲା।ଶିକ୍ଷିତ କରିବାପାଇଁ ଉଲ୍ଲାସ କାର୍ଯ୍ୟକ୍ରମ ମଧ୍ୟମରେ ସରକାରଙ୍କ ଏହା ଏକ ପ୍ରୟାସ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କେଶବ ଚନ୍ଦ୍ର ମେହେର, ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ରଶ୍ମିତା ନେତାମ,ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭଗବାନ ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ପ୍ରମୂଖ ପରିଦର୍ଶନ କରିଥିଲେ l ସମସ୍ତ ବିଦ୍ୟାଳୟରେ ସୁରୁଖୁରୁରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା l