Hot Posts

6/recent/ticker-posts

ବରୀ ପୋଲିସର ସାଇବର ସୁରକ୍ଷା ସଚେତନତା

ବରୀ, ୨୭/୧୦ ( ରଂଜିତ ମହାନ୍ତି ) : ରାମଚନ୍ଦ୍ରପୁର ଥାନା ପକ୍ଷରୁ ରବିବାର ସାଇବର ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ବରୀ ମାଉଣ୍ଟଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ ଯାଜପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝୀ ଯୋଗଦେଇ ସାଇବର ଠକେଇରୁ କିପରି ସଧାରଣ ଜନତା ଦୂରେଇ ରହିବେ ସେ ସମ୍ପର୍କରେ କହିଥିଲେ। ମୋବାଇଲକୁ ଆସୁଥିବା ଓଟିପି  କାହାକୁ ନ ଦେବା ଏବଂ ପ୍ରାଙ୍କ୍ କଲରୁ ଦୂରେଇ ରହିବା ହିବା ପାଇଁ ବାର୍ତ୍ତା ଦେଇଥିଲେ। ସେ ସୋସିଆଲ ମିଡିଆ ବ୍ୟବହାର ସମୟରେ ସତର୍କ ରହିବାକୁ କହିଥିଲେ। ସେହିପରି ପ୍ୟାନ ପାଇଁ ଆସୁ ଥାସୁଥିବା କଲର ଉତ୍ତର ନ ଦେବାକୁ ମାଝି ଜଣାଇଥିଲେ। କାର୍ଯ୍ୟ ।ର୍ଯ୍ୟକ୍ରମରେ ଥାନା ଅଳ୍ପ ନ ଏବଂ ଆଧାର ର ଅପଡେଟ ଅଧିକାରୀ ଜ୍ୟୋତିର୍ମୟୀ ସେଠୀ, ସାଇବର ଥାନା ଏସ୍‌ଆଇ ମନୋଜ ସାହୁ, ଆରକ୍ଷୀ ନିରୀକ୍ଷକ ସୌମ୍ୟରଞ୍ଜନ ଭୋଳ, ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ଲମ୍ବୋଦର ଜେନା, ଲକ୍ଷ୍ମୀନାରାୟଣ ସ୍ବାଇଁଙ୍କ ସମେତ ଥାନା କର୍ମଚାରୀ ମନୋରଞ୍ଜନ ପାଢ଼ୀ, ମୋଚିରାମ ଟୁଡୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବଜାରର ବ୍ୟବସାୟୀ ଓ ବହୁ ଜ ଜନସାଧାରଣ ଉପସ୍ଥି ରହି ସଚେତନ ହୋଇଥିଲେ। ଅପରାହ୍ନରେ ଅଭିମନ୍ୟୁ ବାଲିଆ ବଜାର ଓ ରତ୍ନଗିରି ବଜାରରେ ଏହି ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। 

ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ