Hot Posts

6/recent/ticker-posts

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ଡାବୁଗାଁ, ୨୭/୧୦ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାର ଶିଂସାରି ଫାଣ୍ଡି  ଅଧୀନ କରପାହାଣ୍ଡିଆଗୁଡା ଗ୍ରାମରେ ବିଷ ପିଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ନେଇ ରବିବାର ଅପରାହ୍ନରେ ଡାବୁଗାଁ ଥାନା ରେ ଅଭିଯୋଗ ହୋଇଛି l ସୂଚନାଯୋଗ୍ୟ :-  ଶିଂସାରି ଫାଣ୍ଡି  ଅଧୀନ କରପାହାଣ୍ଡିଆଗୁଡା ଗ୍ରାମର ବୁଦୁରାମ ଭତ୍ରା (୧୯) ଗତ ୨୪.୧୦.୨୫ ଶୁକ୍ରବାର ସକାଳ ୧୦ ଘ. ସମୟରେ କୌଣସି କାରଣରୁ ବିଷ ପିଇ ଦେଇଥିଲେ l କିଛି ସମୟ ପରେ ଅସୁସ୍ଥ ହୋଇ ପଡିଥିଲେ l ତାଙ୍କୁ ସଙ୍ଗେ ସଙ୍ଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ସେଠାରେ ତାଙ୍କର ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରେ ଚିକିତ୍ସିତ ଅବସ୍ଥାରେ ରବିବାର ସକାଳ ୭ ଘ. ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା l ଏନେଇ ମୃତକର ବାପା ବଳିରାମ ଭତ୍ରା ରବିବାର ଅପରାହ୍ନରେ  ଡାବୁଗାଁ ଥାନାରେ ଏତଲା ଦେଇଥିଲେ l ଉକ୍ତ ଏତଲାକୁ ଭିତ୍ତି କରି ଶିଂସାରି ଫାଣ୍ଡି ଅଧିକାରୀ ହରିହର ଭତ୍ରା ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରାଯାଇଛି l ଏନେଇ ଥାନା କେସ ନଂ ୩୮/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି l