Hot Posts

6/recent/ticker-posts

ବରୀ ଗ୍ରାମ ପଞ୍ଚାୟତରେ ଜନ ଶୁଣାଣି ଶିବିର

ବରୀ, ୧୪ / ୧୦ ( ରଂଜିତ ମହାନ୍ତି ) : ବରୀ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ପୂର୍ବାହ୍ନରେ ବରୀ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜନ ଅଭିଯୋଗ ଶୁଣାଣିରେ ବରୀ ବିଡିଓ ଅସିତ୍ କୁମାର ମହାନ୍ତି ଯୋଗଦେଇ ଲୋକ ମାନଙ୍କ ଅଭିଯୋଗ ପଚାରି ବୁଝିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଏ ବିଡିଓ ମହେଶ୍ଵର ସେଠୀ, ସରପଞ୍ଚ ସୋନାଲି ସିଂ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଯନ୍ତ୍ରୀ ବିଭୂତି ଭୂଷଣ ପଣ୍ଡା, ସାମାଜିକ ସୁରକ୍ଷା ଅଧିକାରି ରଞ୍ଜିତ କୁମାର ଜେନା, କନିଷ୍ଠ ଯନ୍ତ୍ରୀ ହୃଷିକେଶ ଜେନା, ଯୋଗାଣ ଅଧିକାରୀ ମହେଶ୍ବତା ଦାସ, ଏଡିଇଓ ଜିତେନ କୁମାର ଧଳ ପ୍ରମୁଖ ଯୋଗଦେଇ ଶିବିର ପରିଚାଳନା କରିଥିଲେ । ଆଜିର ଅଭିଯୋଗ ପ୍ରକୋଷ୍ଠକୁ ସମୁଦାୟ ୧୬ ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ଜଣାପଡ଼ିଛି I ପଞ୍ଚାୟତ ପକ୍ଷରୁ ଅଭିଯୋଗ କାରୀଙ୍କ ପାଇଁ ପାନୀୟ ଜଳ ଏବଂ ଶୌଚାଳୟର ବ୍ୟବସ୍ଥା କରାଯାଇଥିଲା I ସରପଞ୍ଚଙ୍କ ପ୍ରତିନିଧ ମନୋଜ ସିଂ ଉପସ୍ଥିତ ରହି ଶିବିର ପରିଚାଳନାର ସମସ୍ତ ବନ୍ଦୋବସ୍ତ କରିଥିବା ବେଳେ ପ୍ରକାଶ କୁମାର ମଲିକ, ବିପିନ ମଲିକ ଓଜ୍ଞାନ ରଞ୍ଜନ ଦାସଙ୍କ ସମେତ ସମସ୍ତ ୱାଡର୍‌ ସଭ୍ୟ/ ସଭ୍ୟାମାନେ ଯୋଗଦେଇଥିଲେ।

 ଯାଜପୁର ରୁ ରଂଜିତ ମହାନ୍ତି ଙ୍କ ରିପୋର୍ଟ