ନୂତନ ଗ୍ରାମପଞ୍ଚାୟତ ଭିତ୍ତିପ୍ରସ୍ତର ସ୍ଥାପନ ଓ ଅନ୍ତଦ୍ୟୋୟ ଗୃହ ତୃତୀୟ ପର୍ଯ୍ୟାୟ କିସ୍ତି ପ୍ରଦାନ
କନ୍ଧମାଳ, ୧୯/୧୦ (ଅଚ୍ୟୁତ ଜାନି) : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ୪୭୧ଟି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ତୃତୀୟ ପର୍ଯ୍ୟାୟରେ ୪୮,୬୯୩ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ନିମନ୍ତେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରିଛନ୍ତି। ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ସମ୍ମିଳନୀ କକ୍ଷରୁ ଆଭାସି ମାଧ୍ୟମରେ ପ୍ରଦାନ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଅବସରରେ କନ୍ଧମାଳ ଜିଲ୍ଲା ଓସ୍ଵାନ୍ କକ୍ଷରେ ଅତିଥି ଭାବରେ ମାନ୍ୟବର ବିଧାୟକ ଫୁଲବାଣୀ ଶ୍ରୀଯୁକ୍ତ ଉମା ଚରଣ ମଲ୍ଲିକ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ବେଦଭୂଷଣ, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶମ୍ଭୁନାଥ ନନ୍ଦୀ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଫୁଲବାଣୀର ପ୍ରକଳ୍ପ ପ୍ରଶାସକ ଶ୍ରୀ ଗଦାଧର ପାତ୍ର, ବିଭାଗୀୟ ଅଧିକାରୀ ଓ ହିତାଧିକାରୀ ଉପସ୍ଥିତ ଥିଲେ । ଏହି ଅବସରରେ କନ୍ଧମାଳ ଜିଲ୍ଲାର ୧୬ ଗୋଟି ନୂତନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାର ତୃତୀୟ ପର୍ଯ୍ୟାୟରେ ୨୨୧୪ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଭାସୀ ମାଧ୍ୟମରେ ଫୁଲବାଣୀ ବ୍ଲକ ଅନ୍ତ୍ୟୋଦୟ ହିତାଧିକାରୀ ବନିତା କହଁର କଥା ହୋଇଥିଲେ । ବ୍ଲକ ଓସ୍ୱାନ୍ କକ୍ଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଦାଧିକାରୀ ଓ ହିତାଧିକାରୀମାନେ ଉପସ୍ଥିତ ଥିଲେ।