Hot Posts

6/recent/ticker-posts

ଶ୍ରୀ ଶ୍ରୀ ସୁରଭି ଯଜ୍ଞ ଓ ଗୋପାଷ୍ଟାମୀ ମହୋତ୍ସବ ର ଦ୍ୱଜାରୋହଣ କାର୍ଯ୍ୟକ୍ରମ

ବରଗଡ଼, ୧୯ / ୧୦ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ଅଧୀନରେ ଥିବା ଭୁନ୍ଦୁବାହାଲ ଠାରେ ହେବାକୁ ଥିବା ଶ୍ରୀ ଶ୍ରୀ ସୁରଭି ଯଜ୍ଞ ଓ ଗୋପାଷ୍ଟମୀ ମହୋତ୍ସବ ପାଇଁ ବିଶ୍ୱତ୍ମ୍ୟୟ ଗୋଶାଳା ଆନ୍ଦେ କୁଞ୍ଜ ଆଶ୍ରମ ଭୁନ୍ଦୁବାହାଲ ଠାରେ ଏହାର ଦ୍ୱୟା ରୋହଣ କାର୍ଯ୍ୟକ୍ରମ ଅନୁଷ୍ଠିତ l ଏଥି ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସତ୍ୟ ଦେବା ନନ୍ଦ, ସରସ୍ବତୀ ଓ ସ୍ୱାମୀ ଶ୍ରୀ ସତ୍ୟ ପ୍ରେମାନନ୍ଦ, ସରସ୍ବତୀ ଜୀ ବଲାଙ୍ଗୀର ବିଶ୍ୱାତ୍ମ ଚେତନା ଟ୍ରଷ୍ଟ ରୁ ଉପସ୍ଥିତ ଥିଲେ l ବିଶ୍ୱାତ୍ମିୟ ଗୋଶାଳା ର ସଭାପତି ମାଁ ଗୁରୁଭକ୍ତି ଙ୍କ ଅଧକ୍ଷତା ରେ ସତ ସଙ୍ଗ ସକ୍ରାନ୍ତି ହୋଇଥିଲା l ବିଶ୍ଵାତ୍ମିକା ପ୍ରଜ୍ଞାଶକ୍ତି ମଣ୍ଡଳ ର ସଦସ୍ୟା ସୁ ଶ୍ରୀ ପଦ୍ମିନୀ ଡନସନା ସଂଚାଳନ କରିଥିଲେ l ଏବଂ ଶ୍ରୀ ତିୟାରାମ ଡନସନା ଧନ୍ୟବାଦ ଅର୍ପଣ କରିଥିଲେ l ଦ୍ୱଜା ରୋହଣ କାର୍ଯ୍ୟକ୍ରମ ରେ ଆଖ ପାଖ ଗ୍ରାମ ରୁ ଶତାଧିକ ଭକ୍ତ ଯୋଗଦେଇଥିଲେ l ଗୋଶାଳାର ସମ୍ପାଦକ ଶ୍ରୀ ସୁଦାମ ଡନସନା ଙ୍କ ଅନୁସାରେ ବିଶ୍ୱାତ୍ମିକ ଗୋଶାଳା ସମାଜ ପାଇଁ ଭାବ୍ୟଷିତ ରେ ଏକ ଅଧତ୍ମିକ କେନ୍ଦ୍ର ସ୍ଥଳ ହୋଇ ସମାଜ ର ଏକ ଦିଗ ଦର୍ଶକ ଅନୁଷ୍ଠାନ ହେବ ଗୋଶାଳା ର ପ୍ରତିଷ୍ଠାତା ପୂଜ୍ୟ ସ୍ୱାମୀ ଶ୍ରୀ ପ୍ରଜ୍ଞା ନନ୍ଦ ସରସ୍ବତୀ ଜୀ ଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନ ରେ ଗୋଶାଳା ରେ ପ୍ରତେକ ଦିନ ସନ୍ଧ୍ୟା ରେ ଗୋମାତା ମାନଙ୍କ ଆରତୀ ଓ ପ୍ରତ୍ୟେକ ମାସ ସଂକ୍ରାନ୍ତି ରେ ସତ ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ସୁରଭି ଯଜ୍ଞ ଓ ଗୋପାଷ୍ଟମୀ ମହୋତ୍ସବ ପାଇଁ ପ୍ରତ୍ୟେକ ଦିନ ଗାଁ ଗାଁ ଯାଇ ନିମନ୍ତ୍ରଣ କରାଯାଇ ଦେଶରେ କିଭଳି ଗୋମାତା ଙ୍କୁ ସଂରକ୍ଷଣ ଦିଆଯାଇ ପାରିବ ସେଥିପାଇଁ ସମସ୍ତ ଙ୍କୁ ସଚେତନ କରାଯାଉଛି l ଆସନ୍ତା ଅକ୍ଟୋବର ୨୮ ରୁ ୩୦ ଦିନ ଧରି ହେବାକୁଥିବା କାର୍ଯ୍ୟକ୍ରମ ରେ ସାଧୁ ସନ୍ଥ ଓ ରାଜନେତା ଯୋଗଦେବା ର ସମ୍ଭାବନା ରହିଅଛି l 




ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ