ମାନ୍ୟବର ରାଜସ୍ବ ମନ୍ତ୍ରୀ ଓ ସଚିବ ଙ୍କ ହସ୍ତକ୍ଷେପ ଲଢିଲା ଓଡ଼ିଶା ଅମଲା ସଂଘ କୋରାପୁଟ
କୋରାପୁଟ, ୧୯ / ୧୦ ( ଗୁପ୍ତ ପ୍ରସାଦ ପତ୍ରିକା / ଏ. ଭେଙ୍କଟ ରାଓ ) : ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା, ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଙ୍କ ଆହ୍ବାନ କ୍ରମେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଶତାଧିକ ଅମଲା ଯୋଗଦାନ କରି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ଦିର୍ଘ ବର୍ଷ ଧରି କିଛି ରାଜସ୍ବ ଅମଲା ସଂଘ ର କର୍ମକର୍ତ୍ତା ଓଡ଼ିଶା ଅମଲା ସଂଘ ର ଅମଲା ଭବନ ପାଣ୍ଠି ର ଅପ ବ୍ୟବହାର କରିବା ସହିତ, ଲକ୍ଷାଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ବାରମ୍ବାର ଥାନାରେ ଏତଲା ଦିଆଯାଇଥିବା ଶ୍ରୀ ଦାଶ୍ ସଭାପତି ସୁଚନା ଦେଇଥିଲେ, ଏ ନେଇ ରାଜ୍ୟ ସଂଘ ଗୃହ ବିଭାଗ ସଚିବ, ରାଜସ୍ବ ବିଭାଗ ସଚିବ, ସାଧାରଣ ପ୍ରଶାସନ ବିଭାଗ ସଚିବ, ମାନ୍ୟବର ଜିଲ୍ଲାପାଳ କୋରାପୁଟ ଓ ଆରକ୍ଷୀ ଅଧିକ୍ଷକ କୋରାପୁଟ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଏ ନେଇ ଗୃହ ବିଭାଗ ସଚିବ ମାନ୍ୟବର ଜିଲ୍ଲାପାଳ କୋରାପୁଟ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ, ତଥାପି ଉକ୍ତ ଆଦେଶ ପତ୍ର କୁ ଚପାଇ ଦିଆ ଯାଇଥିଲା, ଏ ନେଇ ସଂଘ ଦ୍ବାରା ସାମ୍ବାଦିକ ସମ୍ମିଳନୀ ମଧ୍ୟ କରା ଯାଇଥିଲା ଏହା ସମସ୍ତ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିଲା, କିଛି କୁ ଚକ୍ରାନ୍ତକାରି ଛଦ୍ମବେଶୀ ରାଜସ୍ବ ଅମଲା ୨୦୧୫ ମସିହା ଠାରୁ ଅମଲା ପାଣ୍ଠିର ଅପବ୍ୟବହାର କରିବା ସହିତ ଓଡ଼ିଶା ଅମଲା ସଂଘ କୁ ବିରୋଧ ପ୍ରଦର୍ଶନ କରୁଥିବା ଓ ଅପର ପକ୍ଷରେ ନିଜକୁ ଓଡ଼ିଶା ଅମଲା ସଂଘ ର କର୍ମକର୍ତ୍ତା ବଲାଇ ଓଡ଼ିଶା ଅମଲା ସଂଘ ର ବ୍ୟାନର କୁ ନକଲ କରିଥିବା ଯୋଗୁଁ ରାଜ୍ୟ ସଂଘ ସେମାନଙ୍କ ବିରୁଦ୍ଧରେ ଆରକ୍ଷୀ ଅଧିକ୍ଷକ କୋରାପୁଟ ଓ ମାନ୍ୟବର ଜିଲ୍ଲାପାଳ କୋରାପୁଟ ଙ୍କୁ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି କରିଥିବା ମଧ୍ୟ ଗଣ ମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିଲା. ଉପସ୍ଥିତ ସମସ୍ତ ସଦସ୍ୟ ଦୋଷୀ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିବା ସହିତ ରାଜ୍ୟ ସଂଘ ପୁଣିଥରେ ରାଜ୍ୟ ଗୃହ ବିଭାଗ ସଚିବ, ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ସଚିବ, ରାଜ୍ୟ ରାଜସ୍ବ ବିଭାଗ ସଚିବ ଓ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଙ୍କ ଦ୍ବାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ଉପସ୍ଥାପନ କରନ୍ତୁ ବୋଲି ଅନୁରୋଧ କରିଥିଲେ ନଚେତ ଆଗାମୀ ଦିନ ରେ ରାଜସ୍ବ ଅମଲା ସଂଘ ର କର୍ମକର୍ତ୍ତା ଓଡ଼ିଶା ଅମଲା ସଂଘ କୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ ପଛେଇବେ ନାହିଁ ବୋଲି ସମସ୍ତେ ମତ ଦେଇଥିଲେ, ଉକ୍ତ ବୈଠକରେ ଶ୍ରୀ କୈଳାସ ସାମନ୍ତରାୟ ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ଜଗନ୍ନାଥ ମାଝୀ ଉପ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ଜଗେନ୍ଦ୍ର ଚୈଧୁରି, ଶ୍ରୀ ଜଗନ୍ନାଥ ଦାଶ ବରିଷ୍ଠ ସଦସ୍ୟ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ଶ୍ରୀ ତ୍ରିନାଥ ପଣ୍ଡା, ଶ୍ରୀ ପ୍ରତିକ ମିଶ୍ର, ଶ୍ରୀ ସାନ୍ତୁନୁ ଜେନା, ଶ୍ରୀ ବାଳ ଗୋପାଳ ମିଶ୍ର ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ, ଡିସେମ୍ବର ମାସରେ ଓଡ଼ିଶା ଅମଲା ସଂଘ ର ୨ ଦିନିଆ କାର୍ଯ୍ୟକ୍ରମ କୋରାପୁଟ ଜିଲ୍ଲା ରେ ଅନୁଷ୍ଠିତ ହେବା ନେଇ ସ୍ଥିର କରାଯାଇଥିବା ଶ୍ରୀ ଦାଶ୍ ସୁଚନା ଦେଇଥିଲେ ତା ୧୩.୧୨.୨୦୨୫ ରିଖ ଦିନ ଅମଲା ଭବନ କୋରାପୁଟ ଠାରୁ ଏକ ସଭା ଯାତ୍ରା ବାହାରି ଆରକ୍ଷୀ ଅଧିକ୍ଷକ କୋରାପୁଟ ଙ୍କ କାର୍ଯ୍ୟାଳୟ ରେ ପହଞ୍ଚିବା ପରେ ଓଡ଼ିଶା ଅମଲା ସଂଘ ର ବୈଠକ ଅନୁଷ୍ଠିତ ହେବ, ଏବଂ ତା ୧୪.୧୨.୨୦୨୫ ରିଖ ଦିନ କୋରାପୁଟ ଦେଓମାଳି ଠାରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ର ନିର୍ବାଚନ/ ଚୟନ କରାଯିବା ନିମନ୍ତେ ବୈଠକରେ ସ୍ଥିର କରାଯାଇଥିବା ଶ୍ରୀ ଦାଶ୍ ସୁଚନା ଦେଇଥିଲେ, ଏ ନେଇ ଓଡ଼ିଶା ଅମଲା ସଂଘ ରାଜ୍ୟ ସାଧାରଣ ସମ୍ପାଦକ ଙ୍କୁ ଅବଗତ କରାଇବା ପାଇଁ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମ୍ପାଦକ ଙ୍କୁ ଅନୁରୋଧ କରିଥିଲେ, ପରିଶେଷରେ ଶ୍ରୀ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭାଭଙ୍ଗ କରିଥିଲେ
ଗୁପ୍ତ ପ୍ରସାଦ ପତ୍ରିକା ଙ୍କ ସହ ଏ,ଭେଙ୍କେଟ ରାଓ ରିପୋର୍ଟ ନବଦୂତ ନ୍ଯୂଜ