Hot Posts

6/recent/ticker-posts

ଚାଟିଗୁଡ଼ା ପଞ୍ଚାୟତରେ ଭତରା ସମାଜର ନୂତନ କମିଟି ଗଠନ — ବିଜାପୁର ହାଟପଦାରେ ହେଲା ବୈଠକ

ଝରିଗାଁ, ୨୧/୧୦ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚାଟିଗୁଡ଼ା ପଞ୍ଚାୟତ ଅଧୀନ ବିଜାପୁର ଗାଁର ହାଟପଦା ଠାରେ ଆଜି ଅଖିଲ ଭାରତୀୟ ଭତରା ବିକାଶ ପରିଷ ଚାଟିଗୁଡ଼ା ଗ୍ରାମ ପଂଚାୟତ ତରଫରୁ ସମସ୍ତ ଭତରା ସମାଜର ବୟୋଜ୍ୟେଷ୍ଟ ବ୍ୟକ୍ତି ଙ୍କୁ ନେଇ ନୂତନ କମିଟି ଗଠନ ପାଇଁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶ୍ରୀ ବୁଦୁରାମ ମାଝୀଙ୍କ ସଭାପତିତ୍ୱରେ ନୂତନ କମିଟି ଗଠନ କରାଯାଇ ନୂଆଁଖାଇ ଭେଟଘାଟ ପାଇଁ ଘର ପିଛା ୫୦ ଟଙ୍କା ଓ ଆଡେକ ଚାଉଳ ପ୍ରତି ଘରେ ଦେବା ପାଇଁ ନିଷ୍ପତ୍ତି ନିଆଗଲା । ପରେ ନୂତନ କମିଟିର ସଦସ୍ୟ ଭାବେ ସଭାପତି ସଦା ପୂଜାରୀ , ସମ୍ପାଦକ ଦୟାନିଧି ଭାତ୍ରା, କୋଷାଧ୍ୟକ୍ଷ ମଙ୍ଗନାଥ ଭତ୍ରା, ଙ୍କୁ ଚ଼ାଟିଗୁଡା ପଞ୍ଚାୟତ କମିଟି ଭାବେ ମନୋନୀତ କରାଯାଇ ଗାଁ କମିଟିରେ ଚାଟିଗୁଡା ର ଗୌବର୍ଦ୍ଧନ ସମରଥ,ପରିଆ ର ଇଶ୍ଵର ଭତ୍ରା, ବିଜାପୁର ର ରଇନୁ ମାଝୀ , ଜାମଗୁଡା ର ପ୍ରଭୁ ମାଝୀ ଙ୍କୁ ଚୟନ କରାଯାଇଛି। ଏଥିରେ ନକୁଳ ମାଝୀ, କୈଲାଶ ନାୟକ,କମଳଚନ ଭାତ୍ରା, ଡମ୍ବରୁଧର ନାୟକ, ମକରଧ୍ବଜ ମାଝୀ,ଖଗପତି ମାଝୀ, ଲକ୍ଷ୍ମୀଧର ମାଝୀ,ଚନ୍ଦ୍ରୁ ପୂଜାରୀ, ହରିଶ୍ଚନ୍ଦ୍ର ମାଝୀ, ଅଯୋଧ୍ୟା ପୂଜାରୀ, ମନୋବଧ ମାଝୀ, ଦଶରଥ ଭାତ୍ରା, ପିତାମ୍ବର ମାଝୀ,ସୁକମନ ଭତ୍ରା, ପ୍ରମୂଖ ଉପସ୍ଥିତ ଥିଲେ।ପରିଶେଷରେ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାସଂଘ କରିଥିଲେ।