Hot Posts

6/recent/ticker-posts

_ଭବାନୀପାଟଣାରେ ୬୬ ତମ ପୁଲିସ ସହିଦ ସ୍ମୃତି ଦିବସ ପାଳନ

ଭବାନୀପାଟଣା, ୨୧/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜିଲ୍ଲା ସଦର ମହକୁମା ଭବାନୀପାଟଣା ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ କଳାହାଣ୍ଡି ପୁଲିସ ପକ୍ଷରୁ ୬୬ତମ ପୁଲିସ ସହିଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେବରକୋଣ୍ଡା ଯୋଗଦେଇ ସହୀଦ୍ ସ୍ମୃତି ସ୍ମାରକୀ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ । ପରେ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିବା ସହିତ ପୁଲିସ ସହିଦ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିଥିଲେ । ୧୯୫୯ ମସିହା ଅକ୍ଟୋବର ୨୧ ତାରିଖ ଦିନ କେନ୍ଦ୍ରୀୟ ସୁରକ୍ଷା ବଳର ୧୦ ଜଣ ଯବାନ ଇଦାଖର ହଟସ୍ପ୍ରିଙ୍ଗ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ଚୀନ୍ ସୈନ୍ୟମାନଙ୍କ ସହିତ ମୁକାବିଲା କରି ସହିଦ ହୋଇଥିଲେ । ୧୯୬୦ ମସିହା ଜାନୁୟାରୀ ମାସରେ ଦିଲ୍ଲୀ ଠାରେ ଅନୁଷ୍ଠିତ ପୁଲିସ ଆଇ.ଜି.ମାନଙ୍କ ସର୍ବଭାରତୀୟ ସମ୍ମିଳନୀରେ ଅକ୍ଟୋବର ୨୧ ତାରିଖରୁ ପ୍ରତି ବର୍ଷ ଦେଶର ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ପୁଲିସ ସହିଦ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ୬୬ତମ ପୁଲିସ ସହିଦ ଦିବସ ପାଳନ କରାଯାଇଛି । ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଅମର ଶହୀଦ ଯବାନମାନଙ୍କ ପ୍ରତି ରହିଥିବା ଶ୍ରଦ୍ଧାଞ୍ଜଳି ପଠନ କରାଯାଇଥିଲା । ଚଳିତ ସହିଦ ଦିବସ ଅବସରରେ ଯେଉଁମାନେ ଭାରତ ମାତାଙ୍କ ସେବାରେ ପ୍ରାଣବଳୀ ଦେଇଥିଲେ, ସେମାନଙ୍କ ନାମ ଆରକ୍ଷୀ ଅଧୀକ୍ଷକ ପାଠ କରିବା ସହିତ ବୀରତ୍ୱକୁ ପ୍ରଶଂସା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କଳାହାଣ୍ଡି ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ,ଆର ଆଇ ସୁରେଶ ବଳିୟାରସିଂ, ଡ଼ିଏସପି ଲୋକନାଥ ସାହୁ, ମୁକ୍ତି କୁମାର କୁଲ୍ଲୁ,ଭତରା ବାବୁ, ଅଳକାନନ୍ଦ ସାହୁ ସମେତ ବହୁ ପୁଲିସ ଅଧିକାରୀ ମାନେ ଯୋଗ ଦେଇ ସହିଦ ମାନଙ୍କ ସ୍ମୃତିଚାରଣ କରିଥିଲେ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ