Hot Posts

6/recent/ticker-posts

ମୋ ଭାରତ ତରଫରୁ କ୍ରୀଡ଼ା ପ୍ରତିଯୋଗିତା

ରାୟଗଡ଼ା, ୨୬/୧୦ ( ଭି. ଗୌରୀଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲା ସଦର ବ୍ଲକ କାର୍ଲାକଣା ପଞ୍ଚାୟତ ମିନି ଷ୍ଟାଡିୟମରେ ଚାଲିଥିବା ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଦ୍ବାରା ମେରା ୟୁବା ଭାରତ ରାୟଗଡ଼ା ଶାଖା ଦ୍ବାରା କଲଷ୍ଟର ସ୍ତରୀୟ କ୍ରୀଡା ବିଭାଗ ସମ୍ମିଳନୀ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କାର୍ଲାକଣା ପଞ୍ଚାୟତର ସରପଞ୍ଚ ଶ୍ରୀ ନିଲାମ୍ୱର ବିଡ଼ିକା ରାୟଗଡ଼ା ବ୍ଲକ 'କ' ଜୁନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସନ୍ଧ୍ୟାରାଣୀ ପୁଲାକା ଏବଂ ଯୁବ ସାମ୍ବାଦିକ ତଥା ସମାଜ ସେବୀ ଶ୍ରୀ ସଦାନନ୍ଦ ପେଦେଣ୍ଟି ଯୋଗଦେଇଥିଲେ। ଏହି ପ୍ରତିଯୋଗିତାର ଜିଲ୍ଲା ଯୁବା ଖେଳ ପ୍ରମୁଖ ତାଟିକଣ୍ଡା ଏ ବି ନାରସିଂହା କୁମାରଙ୍କ ତ୍ଵତାବଦନାରେ ଆରମ୍ଭ ହେଇଥିଲା।ଏହି ଖେଳ ପ୍ରତିଯୋଗିତା ହେବା ମୂଳ ଉଦ୍ଦେଶ୍ୟ ହେଲା ଖେଳ ଖେଳି ଜାଣିଥିବା ଯୁବକ ଯୁବତୀ ମାନେ କିମ୍ବା ଛାତ୍ରଛାତ୍ରୀ ମାନେ ଅଧାରୁ ପାଠ ଛାଡିଥିବା ପିଲାମାନେ କିପରି ଆଗ୍ରହ ସହ ଆଗକୁ ଆସିବେ ଶିକ୍ଷା ବା କ୍ରୀଡ଼ା ରେ କିପରି ଆଗକୁ ଉନ୍ନତି ହେବେ ସେହି ଲକ୍ଷ୍ୟ ନେଇ ଏହି କ୍ରୀଡ଼ା ପ୍ରତିଯୋଗିତା ହୋଇଥିଲା। ଖେଳ ଗତ ତିନଦିନ ଧରି ହେଉଥିବାବେଳେ ଆଜି ଶେଷ ହେଇଛି।ରାୟଗଡା ବ୍ଲକର ୧୧ଟି ପଞ୍ଚାୟତ ର ବିଭିନ୍ନ ଯୁବକ ସଂଘର ଯୁବ ଗୋଷ୍ଟୀ ବିଭିନ୍ନ ଖେଳରେ ପ୍ରତିଯୋଗିତାରେ ଯୋଗ ଦେଇଥିଲେ। ଶେଷ ଦିନରେ ଭଲିବଲ ଖେଳ ଫାଇନାଲ ମ୍ୟାଚ୍ ହୋଇଥିଲା ଏହି ମ୍ୟାଚ ଧର୍ତି ଆବା ଯୁବକ ସଂଘ ଓ ଜୟ ସଦ୍ ଗୁରୁ ଯୁବକ ସଂଘ ମଧ୍ୟ ରେ ମ୍ୟାଚ୍ ହେଇଥିଲା ଶେଷରେ ଜୟ ସଦ୍ ଗୁରୁ ଯୁବକ ସଂଘ କମ୍ ସମୟରେ ଅଧିକ ନମ୍ୱର ରଖି ବାଜି ମାରିଥିଲା ଏବଂ ଚାମ୍ପିଅନ ହେଇଥିଲା। ଖେଳରେ ଜିତିଥିବା ସମସ୍ତ ଖେଳାଳିଙ୍କୁ ଅତିଥିମାନେ ମାନ ପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ। ଶେଷରେ ଯୁବା ଭାରତ ରାୟଗଡ଼ା ବ୍ଲକର ସହକାରୀ ମୋହନ ମୁକ୍ତା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।