ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶା ପକ୍ଷରୁ ସପ୍ତଶକ୍ତି ସଙ୍ଗମ,ପ୍ରାନ୍ତ ମାତୃଭାରତୀ ପରିଚୟ ପାଳନ l
ଭବାନୀପାଟଣା, ୨୬/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟନା ବ୍ଲକ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବୋର୍ଡା ରେ ବିଦ୍ୟା ଭାରତୀ ଶିକ୍ଷା ବିକାଶ ସମିତି, ଓଡ଼ିଶା ପକ୍ଷରୁ ସପ୍ତଶକ୍ତି ସଙ୍ଗମ ପ୍ରାନ୍ତ ମାତୃଭାରତୀ ପରିଚୟ ପାଳନ l ଭାରତୀୟ ନାରୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ସମ୍ପୂର୍ଣ୍ଣ ଚେତନା,ଯାହା ପରିବାରର ମୂଳଦୁଆ, ସମାଜର ପ୍ରେରଣା,ଜାତିର ଆତ୍ମା । ସମଗ୍ର ମାନବ ଜାତି ଓ ପ୍ରକୃତି ପ୍ରତି ଦାୟିତ୍ୱ ବହନ କରୁଥିବା ବ୍ୟକ୍ତି ଭାବରେ ନାରୀକୁ ଶତାବ୍ଦୀ ଧରି ସମ୍ମାନ ଦିଆହୋଇ ଆସୁଛି । ଭାରତୀୟ ସଂସ୍କୃତିରେ ନାରୀକୁ ଶକ୍ତି,କରୁଣା,ସ୍ନେହ, ସମର୍ପଣ,ତ୍ୟାଗର ପ୍ରତିମୂର୍ତ୍ତି ଭାବରେ ବିବେଚନା କରାଯାଏ । ସେ ମା,ସ୍ତ୍ରୀ,ଝିଅ,ଭଉଣୀ ଭଳି ବିଭିନ୍ନ ଭୂମିକାରେ ଅବତୀର୍ଣ୍ଣ ପ୍ରେରଣା, ବିଶ୍ୱସ୍ତ, ଆଶାର କିରଣ ହୋଇ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ କର୍ତ୍ତବ୍ୟର ଏକ ସୁନ୍ଦର ମିଶ୍ରଣ ଉପସ୍ଥାପନ କରନ୍ତି ।ପରିବାରର ମର୍ଯ୍ୟାଦା ର ରକ୍ଷକ,ସମାଜ ଗଠନର ମାର୍ଗ ଦର୍ଶକ ହେବା ସହିତ କର୍ତ୍ତବ୍ୟର ଏକ ଅଦ୍ଭୁତ ସମନ୍ୱୟ କରିଥାଆନ୍ତି । ଭାରତୀୟ ନାରୀ ଭିତରେ ଏପରି ଅନେକ ଅନ୍ତର୍ନିହିତ ଗୁଣ ଅଛି,ଯାହା ବାହ୍ୟ ଦୃଶ୍ୟ ଠାରୁ ଅଧିକ ସୁନ୍ଦର ହେବ । ତାଙ୍କର ଧର୍ଯ୍ୟ, କରୁଣା,ନିଃସ୍ୱାର୍ଥପର ସେବା ମନୋଭାବ ଏବଂ ସହଜାତ ବୁଦ୍ଧିମତା ଏପରି ଗୁଣ ଯାହା ସଙ୍କଟ ସମୟରେ ଦେଖାଯାଏ । ସେ କେବଳ ପରିବାର,ସମାଜ,ଓ ଜାତିକୁ ନୁହେଁ ବରଂ ସମଗ୍ର ବିଶ୍ୱର ମାନବ ଜାତିକୁ ଦିଗଦର୍ଶନ ଦିଅନ୍ତି ପ୍ରାଚୀନ ଭାରତରେ ଗାର୍ଗୀ,ମୈତ୍ରେୟୀ,ଅନସୂୟାଙ୍କ ପରି ଅନେକ ନାରୀ ଜ୍ଞାନ,ତପସ୍ୟା,ନୀତି,ଓ ଶିକ୍ଷା ର ପ୍ରତୀକ ଥିଲେ । ଆଧୁନିକ ସମୟରେ ଶିକ୍ଷା, ପ୍ରଶାସନ,ଶିଳ୍ପ,କୃଷି,ପ୍ରତିରକ୍ଷା,କ୍ରୀଡା,ଇତ୍ୟାଦି ସମସ୍ତ କ୍ଷେତ୍ରରେ ମହିଳା ମାନେ ସେମାଙ୍କ ଦୃଢ଼ତା ପ୍ରତିପାଦନ କରିଛନ୍ତି । ସଂଯୁକ୍ତ ପରିବାର,ସାମୁହିକ ଜୀବନ ଶୈଳୀ,ପ୍ରକୃତି ସହିତ ସମନ୍ୱୟ ରଖି ଖାଦ୍ୟ ଅଭ୍ୟାସ, ପରମ୍ପରା ଓ ପର୍ବ ପର୍ବାଣୀ,ପରିବେଶ ପ୍ରତି ବ୍ୟବହାରିକ ଆଚରଣ ଇତ୍ୟାଦି ଏପରି ଅନେକ ବିଷୟ ଯାହା ବିଶ୍ୱ ଶାନ୍ତିରେ ସହାୟକ । ଏହି ସମସ୍ତର ଆଧାର ହେଉଛନ୍ତି ଭାରତୀୟ ମହିଳା । ସେମାନେ ଏହି ସବୁ କାର୍ଯ୍ୟ କୁ ନିଜର ଦାୟିତ୍ୱ ନୁହେଁ ବରଂ ନିଜର ଧର୍ମ ବୋଲି ଭାବନ୍ତି । ଭଗିନୀ ଡକ୍ଟର ମଧୁଶ୍ରୀଜୀ, ସୁଶ୍ରୀ ରେଖା ଚୁଡାସମାଙ୍କ ଦ୍ଵାରା ସମ୍ପାଦିତ ଏହି ପୁସ୍ତକ ଦେଶ ସାରା ସପ୍ତଶକ୍ତି ସଙ୍ଗମ କାର୍ଯ୍ୟ ଯୋଜନାକୁ ବାସ୍ତବରେ ପରିଣତ କରିବା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ମହିଳା, ହଜାର ହଜାର ମହିଳା ବକ୍ତା,ଓ କୋଟି କୋଟି ପରିବାରର ଅଂଶ ଗ୍ରହଣ ପାଇଁ ପ୍ରେରଣା ସ୍ୱରୂପ ହେବ । କାର୍ଯ୍ୟକ୍ରମ କୁ ସଫଳତାର ସହିତ ପରିଚାଳନା କରିବା ପାଇଁ ଏହା ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଉପଯୋଗୀ ପ୍ରମାଣିତ ହେବ
ଉଦ୍ଦେଶ୍ୟ
୧) ପରିବାର ବ୍ୟବସ୍ଥା ଓ ପରିବେଶ ପ୍ରତି ମହିଳା ଶକ୍ତିର ଭାରତୀୟ ଦୃଷ୍ଟିକୋଣ ବିକଶିତ କରିବା ।
୨) ସମାଜରେ ଓ ବିଶେଷ କରି ବିଦ୍ୟାଭାରତୀ ସଙ୍ଗଠନରେ ମହିଳାଙ୍କ ସକ୍ରିୟତା ବୃଦ୍ଧି କରିବା ।
୩) ପ୍ରଦେଶ ଅନୁଯାୟୀ ମହିଳା ବକ୍ତା ଏବଂ ବିଷୟ ଉପସ୍ଥାପକଙ୍କ ଏକ ଦଳ ଗଠନ କରିବା ।
୪) ଶିଶୁ ର ସାମଗ୍ରିକ ବିକାଶରେ ମାଆଙ୍କର ଭୂମିକା ସ୍ପଷ୍ଟ କରିବା ।
୫) ପରିବେଶ ପ୍ରତି ମହିଳା ଶକ୍ତିରେ ଦାୟିତ୍ୱ,ଭାବନା ଜାଗ୍ରତ କରିବା,ନାଗରିକ କର୍ତବ୍ୟ ,ପରିବାର ଜ୍ଞାନ,ଆତ୍ମସମ୍ବନ୍ଧ ଓ ସାମାଜିକ ସମନ୍ୱୟ ଯାହା ଦେଶ ଏବଂ ସମାଜରେ ପରିବର୍ତ୍ତନ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ।
୬) ମହିଳା ଶକ୍ତିର ଆତ୍ମସମ୍ମାନ ବୃଦ୍ଧି କରିବା
୭) ମହିଳା ମାନଙ୍କର ସକ୍ରିୟତା ବୃଦ୍ଧି କରିବା ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ରେ ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ।
୮) ପରିବାର,ସମାଜ,ଓ ଦେଶର କଲ୍ୟାଣ ପାଇଁ କାମ କରିବାକୁ ମହିଳା ମାନଙ୍କୁ ପ୍ରେରଣା ଦେବା ।
୯) ବର୍ତ୍ତମାନର ଘଡିସନ୍ଧି ସମୟରେ ମହିଳାଙ୍କୁ ଦିଗଦର୍ଶନ ଦେବା ।
ସପ୍ତ ଶକ୍ତି ସଙ୍ଗମ ନାମକ ଏକ ଆତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଶ୍ରୀମତୀ ପିଂକ୍ଵିନ ପଧାନ ଓ ଶ୍ରୀମତୀ ମଞ୍ଜୁଳା ମାଝୀ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ପିଂକ୍ଵିନ ପଧାନ, ପରିଚାଳନା ସମିତି ସଦସ୍ୟା ଉପସ୍ଥିତ ହୋଇ ମହିଳା ସଶକ୍ତିକରଣ ଓ ସାମାଜିକ ଏକତା ବିଷୟରେ ଆଲୋଚନା କରିଥିଲେ।ମୁଖ୍ୟ ବକ୍ତା ଭାବେ ଶ୍ରୀମତୀ ଅନିତା ଲେଙ୍କା ନାରୀ ଶକ୍ତି ଓ ନୀତିମୂଳକ ଜୀବନ ଉପରେ ନିଜ ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ଶ୍ରୀମତୀ ଗୀତାଞ୍ଜଳି ଥନାପତି, ଆଚାର୍ଯ୍ୟ ପ୍ରତିନିଧି ଭାବେ ଆଲୋକପାତ କରିଥିଲେ।ମଞ୍ଚ ପରିଚାଳନା କରିଥିଲେ ଶ୍ରୀମତୀ ସୋବନ୍ତି ଠାକୁର, ଯେଉଁଠି ଶ୍ରୀମତୀ ସମିତା ପ୍ରଧାନ ଅତିଥିମାନଙ୍କ ପରିଚୟ ଦେଇଥିଲେ।କାର୍ଯ୍ୟକ୍ରମର ଶେଷ ଭାଗରେ ଶ୍ରୀମତୀ ମଞ୍ଜୁଳା ମାଝୀ ଧନ୍ୟବାଦ ଜ୍ଞାପନ କରି ସମାପନ ଘୋଷଣା କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଗୁରୁଜୀ ଓ ଗୁରୁମାମାନଙ୍କ ସହଯୋଗରେ ଶିଷ୍ଟ ଓ ଅନୁଶାସିତ ଭାବେ ଆଗେଇ ଯାଇଥିଲା।
ନବଦୂତ ନ୍ୟୁଜ ଓଡ଼ିଶା ପାଇଁ ବିଶେଷ ରିପୋର୍ଟ। କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ