Hot Posts

6/recent/ticker-posts

କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବ ପରିଷଦ ମିଳିତ ଆନୁକୁଲ୍ୟରେ କବିତା ଆସର ଏବଂ ଆଲୋଚନା ଚକ୍ର

କନ୍ଧମାଳ, ୨୧/୧୦ (ଅଚ୍ୟୁତ ଜାନି) : କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଗୁମାଗଡ ପଞ୍ଚାୟତ ଦଳପଡା ଗ୍ରାମରେ କୁଇ ଭାଷା ସାହିତ୍ୟ ସମିତି ଓ କୁଇ ସମାଜ ଯୁବ ପରିଷଦ କନ୍ଧମାଳର ମିଳିତ ଆନୁକୁଲ୍ୟରେ ରବିବାର ଦିନ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି କୁଇ ଭାଷା ସାହିତ୍ୟ ସମିତି ସଭାପତି ଶ୍ରୀ ଦୀନବନ୍ଧୁ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବେ କନ୍ଧ ଲୋକଗୀତ ଓ କାହାଣୀ ଗବେଷିକା ଲଲିତା କହଁର ଯୋଗଦେଇ ଥିଲେ । ସର୍ବମୋଟ ୩୦ ଜଣ କୁଇ କବି ନିଜ ନିଜର ସ୍ୱ ରଚିତ କବିତା ପଠନ କରିଥିଲେ । ଶେଷ ପର୍ଯ୍ୟାୟରେ ବର୍ଷା ହେବାରୁ କିଛି କାର୍ଯ୍ୟକ୍ରମ ରହିଯାଇଥିଲା । କବିତା ଆସର ପରିଚାଳନା ଶରତ ଚନ୍ଦ୍ର ମଲିକ କରିଥିଲେ । ଏଥିରେ କୁଇ ସମାଜ ଯୁବ ପରିଷଦ କନ୍ଧମାଳ ଉପସଭାପତି ମଙ୍ଗରାଜ ପ୍ରଧାନ ଓ କୁଇ ସମାଜ ସେବା ସମିତି ରାଶି ଶାର୍ଙ୍ଗି ଭେଟି ମେଣ୍ଡି ସଭାପତି ଶ୍ରୀ ଚନ୍ଦ୍ରମଣି କହଁର ,କୁଇ ଭାଷା ଉପଦେଷ୍ଠା ଦନାରା ପ୍ରଧାନ, ବିଶ୍ୱମ୍ବର ପ୍ରଧାନ, ଗଙ୍ଗାଧର ପ୍ରଧାନ,କନ୍ଧ ସ‍ଂସ୍କୃତି ଓ କୁଇ ଭାଷା ସାହିତ୍ୟ ଗବେଷକ ବିଷ୍ଣୁଚରଣ ମଲିକ ସମେତ ବହୁ କବି ଓ କବୟତ୍ରୀ ଯୋଗ ଦେଇଥିଲେ ।