ନବଦୂତ ରେ ଖବର ପ୍ରସାରଣ ପରେ ବିଦ୍ୟୁତ ଖୁଣ୍ଟ ରୁ ହେଲା ଲଟା ସଫା
କର୍ଲାମୁଣ୍ଡା, ୨୨/୧୦ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବସ୍ତି ସ୍କୁଲ ନିକଟରେ ଥିବା ୧୧କେଭି ବିଦ୍ୟୁତ ଖୁଣ୍ଟକୁ ଅନାବନା ଗଛଲତା ମାଡି ଯିବା ନେଇ ଗତ କିଛି ଦିନ ତଳେ ନବଦୂତ ନ୍ୟୁଜ୍ ରେ "ବିଦ୍ୟୁତ ବିଭାଗର ନଜର ପଡ଼ିବ କେବେ" ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା I ଖବର ପ୍ରସାରଣର କିଛି ଦିନ ପରେ ବିଦ୍ୟୁତ ବିଭାଗ ପକ୍ଷରୁ କର୍ମଚାରୀ ଆସି ଖୁଣ୍ଟ ରୁ ଅନାବନା ଲଟା ସଫା କରିଥିବା ଦେଖିବାକୁ ମିଳିଛି I ଫଳରେ ଏବେ ସେହି ଅଞ୍ଚଳ ବିପଦ ମୁକ୍ତ ହୋଇଥିବା ଲୋକେ ପ୍ରକାଶ କରନ୍ତି I