୪୧ତମ ପ୍ରସିଦ୍ଧ କାଳୀ ପୂଜା ଓ ଜୁଗାର ଯାତ୍ରା ଲୋକ ମହୋତ୍ସବ କୁଚିପାଲି ଠାରେ ଅନୁଷ୍ଠିତ
ବରଗଡ଼, ୨୧ / ୧୦ ( ଭାଗିରଥି ଭୋଇ ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ସୋହେଲା ବ୍ଲକ ସ୍ଥିତ କୁଚିପାଲି ଠାରେ ମହା ଆଡମ୍ବର ସହିତ ୪୧ତମ ପ୍ରସିଦ୍ଧ କାଳୀ ପୂଜା ଓ ଜୁଗାର ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି ଚଳିତ ବର୍ଷ କାଳୀ ପୂଜା ରେ ସଭାପତି ଲୋକେଶ୍ୱର ସିଂ ବରିହା ଓ ସମ୍ପାଦକ ପବିତ୍ର ବେହେରା, କୋଷାଧକ୍ଷ ସୁରୁବାବୁ ଚୌହାନ, ପୂଜକ ଗୌରୀଶଙ୍କ ଦେବତା, କର୍ତ୍ତା ଭାବରେ ସୁବ୍ରଂlଶୁ ସାହୁ ଓ ନୀଳିମା ସା ଦାୟିତ୍ଵ ତୁଲାଇଥିଲେ l ଉକ୍ତ କାଳୀ ପୂଜାରେ ପ୍ରଥମ ଦିନ କଳସ ଯାତ୍ରା କରି ମାଁ କାଳୀ ଙ୍କୁ ସ୍ଥାପନା କରିଥିଲେ l୨୦ ତାରିଖ ରୁ ୨୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଯାତ୍ରା ରେ ମନୋରଞ୍ଜନ କାର୍ଯ୍ୟକ୍ରମ ପାଇଁ ପ୍ରତ୍ୟହ ସନ୍ଧ୍ୟାରେ ଜିଲ୍ଲା ଓ ରାଜ୍ୟ ସ୍ତର ର ଲୋକ ନୃତ୍ୟ , ଅପେରା, କୃଷ୍ଣ ଗୁରୁ ଓ ଲୋକ ନୃତ୍ୟ ସହିତ ଅରକେଷ୍ଟା କାର୍ଯ୍ୟକ୍ରମ ଗୁଡିକ ହେବାର ସ୍ଥିରୀକୃତ ହୋଇଛି l ଏହି କାଳୀ ପୂଜାରେ ମୁଖ୍ୟ ଆକର୍ଷଣ ହେଉଛି ଜୁଗାର ଯାତ୍ରା । ଯାହାକୁ ଦେଖିବାକୁ ବହୁତ ଦୂର ଦୁରାନ୍ତର ରୁ ଭକ୍ତ ମାନେ ଦେଖିବାପାଇଁ ଆସିଥାନ୍ତି l ଆସିଥିବା ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅନ୍ନପ୍ରସାଦ ର ବ୍ୟବସ୍ତା ହୋଇଛି l ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମହୁଥିବା ବେଳେ ମିନାବଜାର ଆହୁରି ଆକର୍ଷଣୀୟ ହୋଇଛି। କୁଚିପାଲି ଗ୍ରାମବାସୀ ଙ୍କ ସହଯୋଗ ଦ୍ଵାରା ଶାନ୍ତି ଶୃଙ୍ଖଳା ଠିକ୍ ଭାବରେ ଚାଲିଥିବାରୁ ଅଞ୍ଚଳ ବାସି କୁଚିପାଲି ଗ୍ରାମବାସୀ ତଥା ଯାତ୍ରା କମିଟି କୁ ପ୍ରଶଂସା କରୁଛନ୍ତି।
ବରଗଡ଼ ଜିଲ୍ଲା ରୁ ଭାଗିରଥି ଭୋଇ ଙ୍କ ରିପୋର୍ଟ