Hot Posts

6/recent/ticker-posts

ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ସମ୍ବର୍ଦ୍ଧିତ ହେଲେ ଓଏଏସ୍ କୃତକାର୍ଯ୍ୟ ।

କନ୍ଧମାଳ, ୨୧/୧୦ (ଅଚ୍ୟୁତ ଜାନି) : ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ଓଏଏସ୍ କୃତକାର୍ଯ୍ୟ ଆଦିବାସୀ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା । ସୂଚନା ପ୍ରକାରେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଆଦିବାସୀ ଭବନ ଠାରେ ରବିବାରଦିନ ଦକ୍ଷିଣ ଓଡ଼ିଶାର ୮ ଟି ଜିଲ୍ଲାର କୃତକାର୍ଯ୍ୟ ହୋଇଥିବା ୧୭ଜଣ ଆଦିବାସୀ ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥି ମଧ୍ୟରୁ କନ୍ଧମାଳ ଜିଲ୍ଲାର ୩ ଜଣ ସମ୍ବର୍ଦ୍ଧିତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସଭାପତି ଶ୍ରୀ ଗଙ୍ଗାଧର ମାଝୀଙ୍କ ସଭାପତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ କେନ୍ଦ୍ର ଅନୁସୂଚିତ ଜାତି , ଜନଜାତି ଉନ୍ନୟନ ଓ ଗଣଶିକ୍ଷା ମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମୁଖ୍ୟବକ୍ତା ରୂପେ ଡଃ ଅଶୋକ କୁମାର ଭୋଇ ଯୋଗଦେଇ ଥିଲେ ।
ଏଥିରେ କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ତୁଡିପାଜୁ ପଞ୍ଚାୟତ ସାର୍ତ୍ତାଗୁଡା ଗ୍ରାମର ପିତା ପ୍ରମୋଦ କହଁର ମାତା ଅନିତା କହଁରଙ୍କ ପୁଅ ଦେବାଶିଷ କହଁର ୩୬୨ ରେଙ୍କରେ କୃତକାର୍ଯ୍ୟ ହୋଇଛନ୍ତି । ସେ ତୁଡିପାଜୁ ସ୍ଥିତ ନବୋଦୟ ବିଦ୍ୟାଳୟରେ ଶିକ୍ଷା ଶେଷ କରିବା ପରେ ରାଉରକେଲା ଠାରେ ନିଟ ପାଠ ପଢ଼ୁଥିଲେ ଏହି ସମୟରେ ଏଏସଓ ଭାବେ ନିଯୁକ୍ତ ପାଇ କଟକ ଉଚ୍ଚନ୍ୟାୟାଳୟରେ କାର୍ଯ୍ୟରତ ଅଛନ୍ତି । ସେ ଜଣେ ଯୁବ ସମାଜ ସେବୀ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ ପିଲାଟି ଦିନରୁ ତାଙ୍କର ସମାଜ ସେବା ପ୍ରତି ଆକୃଷ୍ଟ ଥିଲେ । କନ୍ଧମାଳରେ ଯୁବ ସମାଜ କିପରି ଜାଗ୍ରତ ହେବ ସେଥିପାଇଁ କୁଇ ସମାଜ ଯୁବ ପରିଷଦ କନ୍ଧମାଳର ସଭାପତି ଭାବେ କାର୍ଯ୍ୟକରି ବେଶ ଚର୍ଚ୍ଚାରେ ଆସିଥିଲେ । ବାପା ଜଣେ ଚାଷୀ ହୋଇ ଥିବା ବେଳେ ମାଁ ଗୃହିଣୀ ।ସେହିପରି କଟ୍ରିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାପାଜୁ ଗ୍ରାମର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ୱର୍ଗତ ଅନ୍ତର୍ଯ୍ୟାମୀ କହଁର ଓ ମାତା କାମିନୀ କହଁରଙ୍କ ସାନ ପୁଅ ବଟ୍ଟକୃଷ୍ଣ କହଁର ୩୫୮ ରେଙ୍କରେ ସଫଳତା ହାସଲ କରିଥିଲେ । ସେ ଖଲ୍ଲିକୋଟ ମହାବିଦ୍ୟାଳୟରେ ଅଧ୍ୟୟନ ପରେ ସିଟି ଜିଏସଟି ଅଫିସର ଭାବେ ରାଉରକେଲାରେ କାର୍ଯ୍ୟରତ ଅଛନ୍ତି । ସେହିପରି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦଳପଡା ପଞ୍ଚାୟତ ଅଧିନସ୍ଥ ଲମ୍ବାବାଡି ଗ୍ରାମର ଆଇନଜିବୀ ଅଗସ୍ତି ଯାନୀ ଓ ମାତା ରଞ୍ଜିତା ଯାନୀଙ୍କ ସୁପୁତ୍ରୀ ସୋନାଲି ଯାନୀ ୩୧୧ ରେଙ୍କରେ କୃତକାର୍ଯ୍ୟ ହୋଇଥିଲେ । ସେ ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପୂର୍ବତନ ଛାତ୍ରୀ । ବର୍ତ୍ତମାନ ସେ ରେଢ଼ାଖୋଲ ଠାରେ କୋପରେଟିଭ୍ ସୋସାଇଟି ଇନସ୍ପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ସମସ୍ତଙ୍କୁ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ପକ୍ଷରୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘର ସଭାପତି ସମେତ ସମସ୍ତ କର୍ମ କର୍ତ୍ତା ଯୋଗଦେଇ ଥିବା ବେଳେ ନବରଙ୍ଗପୁର ସଭାପତି ଘନ ମାଝୀ, ମାଲକାନଗିରି ସଭାପତି ବନ୍ଧୁ ମୁଦୁଲି , କୋରାପୁଟ ସଭାପତି ପୀତବାସ ପାକୁଲ , ରାୟଗଡ଼ା ସଭାପତି ବସନ୍ତ ପେଜେଣ୍ଟି, କଳାହାଣ୍ଡି ସଭାପତି ପ୍ରକାଶ ମାଝୀ, ଗଜପତି ସକ୍ରିୟ ସଦସ୍ୟ ବାଳକୃଷ୍ଣ ମଲିକ,କନ୍ଧମାଳ ସକ୍ରିୟ ସଦସ୍ୟ ପ୍ରେମାନନ୍ଦ ମାଝୀ, କନ୍ଧମାଳ ଜିଲ୍ଲାର କୁଇ ମହିଳା ସମାଜର ନଳିନୀ କହଁର,ଗଣ୍ଡବାନା ଗଣ୍ଡ ମହାସଭା ସଭାପତି ଜିତେନ୍ଦ୍ର ନାୟକ ବଣ୍ଡଗୁଡା ସଭାପତି ଅନ୍ତର୍ଯ୍ୟାମୀ ନାୟକ, କୋଷାଧ୍ୟକ୍ଷ ଲିଙ୍ଗରାଜ ନାୟକ,କୁଟିଆ କନ୍ଧ ସମାଜର ଯୁବ ସଭ୍ୟ ମନୋଜ ମାଝୀ , ଯୋଗେଶ୍ୱର ଯାନୀ, ସୁରେନ୍ଦ୍ର ମାଝୀ ଓ ୮ ଟି ଜିଲ୍ଲାର ବହୁ ଆଦିବାସୀ କାର୍ଯ୍ୟକର୍ତ୍ତା ସଭାରେ ଯୋଗ ଦେଇଥିଲେ । ସଭା ପରିଚାଳନା ଦକ୍ଷିଣ ଓଡ଼ିଶା ଆଦିବାସୀ ମହାସଂଘ ସଂଯୋଜକ ରାଜ ମୋହନ ଭାତ୍ରା କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ ସଭାପତି ଜୟ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।