Hot Posts

6/recent/ticker-posts

ଜିଲ୍ଲା ପାରମ୍ପରିକ ଲୋକକଳା ମହୋତ୍ସବ ଅନୁଷ୍ଠିତ ।

କନ୍ଧମାଳ, ୨୧/୧୦ (ଅଚ୍ୟୁତ ଜାନି) : ଆଜି କନ୍ଧମାଳ ଜିଲ୍ଲାର ସ୍ଥାନୀୟ ଫୁଲବାଣୀ ଫିରିଙ୍ଗିଆ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ପାରମ୍ପରିକ ଲୋକ କଳା ସଂଘ, କନ୍ଧମାଳ ତରଫରୁ ଜିଲ୍ଲା ପାରମ୍ପାରିକ ଲୋକ କଳା ମହୋତ୍ସବ ୨୦୨୫ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଡି. ସି. ଓ, ଡି.ଆଇ.ପି.ଆର୍.ଓ ତଥା ପ୍ରକଳ୍ପ ପ୍ରଶାସକ, ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଶ୍ରୀ ଗଦାଧର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ପାରମ୍ପରିକ ଲୋକ ଲୋକ କଳା ସଂଘ ସଭାପତି ଶ୍ରୀ ଅକ୍ଷୟ କୁମାର କର୍ଣ୍ଣ, ମାନ୍ୟବର ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରଶାନ୍ତ କମ୍ପ, ଜାତୀୟ ବିଜେପି କାର୍ଯ୍ୟକାରୀ ପରିଷଦ ସଦସ୍ୟ ଶ୍ରୀ ସଞ୍ଜିତ ମଣ୍ଡଳ, ରାଜ୍ୟ ବିଜେପି ସମ୍ପାଦକ ଶ୍ରୀ ଭଗବାନ ମହାନ୍ତି, କଳାକାର ତଥା ଆଦିବାସୀ ନେତା ଶ୍ରୀ ବିରେନ୍ଦ୍ର କହଁର, ସାମାଜିକ କର୍ମୀ ଜଗନ୍ନାଥ ଦିଗାଲ, ସଙ୍ଗୀତକାର ଶ୍ରୀ ଜଳନ୍ଧର ବେହେରା, କୀର୍ତ୍ତନ କଳାକାର ଶ୍ରୀ ଅଚ୍ୟୁତ ବେହେରା, ସାମ୍ବାଦିକ ତଥା ସମାଜସେବୀ ଶ୍ରୀ ମହାଦେବ ସାହୁ, ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକ ପାରମ୍ପରିକ କଳା ସଂଘର ସଭାପତି ଓ ସମ୍ପାଦକଙ୍କ ସମେତ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।