Hot Posts

6/recent/ticker-posts

ପରିବ୍ରାଜାକ କୃଷ୍ଣମୁନି ବାନପ୍ରସ୍ଥି ଙ୍କ ଦାଣ୍ଡିକିଆ ଠାରେ ଶ୍ରଦ୍ଧାଞ୍ଜଳି ଦିବସ ପାଳନ ସମାରୋହ

ଫୁଲବାଣୀ,  ୧୨/୧୦ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ତଳଦଣ୍ଡିଆ ପଞ୍ଚାୟତ ବୁକୁଦେଇ ଠାରେ ଗତ ୦୯/୧୦/୨୦୨୫ ତାରିଖ ଦିନ କନ୍ଧମାଳ ଜିଲ୍ଲା ଗୁଟିଙ୍ଗିଆ ରେ ଥିବା ଜିଲ୍ଲା ଆର୍ଯ୍ୟ ସମାଜ ତରଫରୁ ପରିବ୍ରାଜକ କୃଷ୍ଣ ମୁନି ବାନ ପ୍ରସ୍ଥି ଙ୍କ ୧୪ ତମ ଶ୍ରଦ୍ଧାଞ୍ଜଳି ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଓଡିଶା ଆର୍ଯ୍ୟ ସମାଜ ରୁ ଆସିଥିବା ପରିବ୍ରାଜକ ସ୍ୱାମୀ ଆତ୍ମାନନ୍ଦ ସରସ୍ବତୀ ଜୀ,ପ୍ରେମାନନ୍ଦ ବାନ ପ୍ରସ୍ଥି, ଭୀମସେନ ବାନ ପ୍ରସ୍ଥି,ଗୋବିନ୍ଦ ବାନ ପ୍ରସ୍ଥି ଉପସ୍ଥିତ ରହି ଚତୃର୍ବେଦ ପାଠ କରି ଜୀଵ, ପରମ ଏବଂ ପ୍ରକୃତି ବିଷୟରେ ଉପସ୍ଥିତ ଥିବା ବାପା,ମା ତଥା ସମସ୍ତ ଆର୍ଯ୍ୟ ପରିବାର ବର୍ଗ ଙ୍କୁ ସୁନ୍ଦର ଭାବରେ ପ୍ରବଚନ ମାଧ୍ୟ୍ୟମରେ ବୁଝେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆର୍ଯ୍ୟ ସମାଜ ସଭାପତି ଶ୍ରୀ ଅଜୀବନ ମଳିକ, ସମ୍ପାଦକ ଶ୍ରୀ ବିଶ୍ଵାମିତ୍ର ପ୍ରଧାନ,ଗୁଟିଙ୍ଗିଆ ଆଶ୍ରମ ର ସମ୍ପାଦକ ଶିବରାମ କହଁର,ସ୍ୱାମୀ ଆତ୍ମା ନନ୍ଦ ସରସ୍ବତୀ ଉପସ୍ଥିତ ରହି ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ସାମୁହିକ ଶାନ୍ତି ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ବିଜେପି ଯୁବନେତା ପ୍ରକାଶ କୁମାର କହଁର ଉପସ୍ଥିତ ରହି ସହଯୋଗ ବେଳେ ଜିଲ୍ଲା ସଭାପତି ଜୀବନ ମଲ୍ଲିକ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ଶ୍ରଦ୍ଧାଞ୍ଜଳି ସଭାକୁ ସାଙ୍ଗ କରିଥିଲେ। 


କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ।