Hot Posts

6/recent/ticker-posts

ରାଇକିଆ ବ୍ଲକରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଟଖାଲି।

ଫୁଲବାଣୀ, ୧୨/୧୦ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକରେ ୫ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନାମ ଲେଖାଇବାକୁ ଥିବା ସିଟ ସଂଖ୍ୟା ପୂରଣ ହେଉନାହିଁ।ତାପରେ ମଧ୍ୟ ଆଉ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରୟାଶ ରହିଛି। ରାଇକିଆ ବ୍ଲକରେ କେତୋଟି ଉଚ୍ଚ ବିଦ୍ୟାଳୟ ରହିଛି, ସେଥିରୁ ପ୍ରତିବର୍ଷ କେତେ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଥିବା ବେଳେ, ପଢିବା ପାଇଁ ବାହାରକୁ କେତେଜଣ ଯାଉଛନ୍ତି ଓ କେତେ ଜିଲ୍ଲା ସ୍ତରକୁ ଯାଉଛନ୍ତି।ଆଉ କେତେଜଣ ରାଇକିଆ ବ୍ଲକରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଉଛନ୍ତି।ପ୍ରତି ବର୍ଷ କେତେ ପ୍ରତିଶତ ସିଟ ବଳକା ରହୁଛି ବା କେତେ ପିଲା ସିଟ ଅଭାବରୁ ଅନ୍ୟତ୍ର ନାମ ଲେଖାଉଛନ୍ତି ତାର ସମୀକ୍ଷା କରିବା ଆବଶ୍ୟକ। ଆବଶ୍ୟକ ସଂଖ୍ୟାରେ ହାଇସ୍କୁଲ ଛାତ୍ରଛାତ୍ରୀ ଉତ୍ତିର୍ଣ୍ଣ ନ ହେଲେ କେବଳ ବିଦ୍ୟାଳୟ ଖୋଲିବା ସାର ହେବ।ଫୁଲବାଣୀ ସହରରେ ଥିବା ଏଜେଓ ଉଚ୍ଚ ବିଦ୍ୟାଳୟରେ ଏକ ଯୁକ୍ତ ଦୁଇ କଲେଜ ବା ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ଖୋଲିବାକୁ ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଆବେଦନ କରାଯାଇଥିଲା।ଫୁଲବାଣୀ କଲେଜ ରେ ନାମ ଲେଖାଇ ନ ପାରିବାରୁ ସହରରୁ ଶତାଧିକ ଛାତ୍ରଛାତ୍ରୀ ଫିରିଙ୍ଗିଆ, ଲାଇନପଡା, ଖଜୁରୀପଡା ଓ ଟିକାବାଲି, ଉଦୟଗିରି ଯାଇ ଯୁକ୍ତ ଦୁଇରେ ନାମ ଲେଖାଉଛନ୍ତି। ଏ କ୍ଷେତ୍ରରେ ଏଜେଓ ଉଚ୍ଚ ବିଦ୍ୟାଳୟରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲି ବାକୁ ମଞୁର କରିବାକୁ ଅନୁରୋଧ କରିଥିଲେ।କିନ୍ତୁ ଏଯାଏ ସରକାର କୌଣସି ପଦକ୍ଷେପ ନେଇନଥିବାରୁ ଅସୁବିଧା ଦେଖାଯାଉଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯାଇଥିବା ସ୍ଥାନରେ ପିଲା ନ ହେବାରୁ ଅଧିକ ସିଟ ଖାଲି ପଡୁ ବୋଲି ଏହା ଏକ ଚକ୍ରାନ୍ତ ନୁହେଁ ତ ? ହେଲେ ରାଇକିଆ ବ୍ଲକରେ ଆବଶ୍ୟକତା ନଥିବା ବେଳେ ସେଠାରେ କାହା ଭୁଲ ପ୍ରରୋଚନାରେ ଖୋଲିବାକୁ ନିଷ୍ପତ୍ତି ନିଆଯାଉଛି ତାଙ୍କୁ ପରିବର୍ତ୍ତନ କରି ଫୁଲବାଣୀ ଏଜେଓ ଉଚ୍ଚ ବିଦ୍ୟାଳୟ ରେ ଖୋଲିବାକୁ ମଞୁର କଲେ କନ୍ଧମାଳ ଜିଲ୍ଲାର ଛାତ୍ର ଛତ୍ରୀମାନେ ଉପକୃତ ହୋଇପାରିବ।

ବାଳକୃଷ୍ଣ କହଁର ଙ୍କ ରିପୋର୍ଟ