ମା ଦୁଲାର୍ଦେଇ ଯୁବକ ସଙ୍ଗ ତରପରୁ ତ୍ରି ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ଝରିଗାଁ, ୨୧/୧୦ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧାମନା ଗୁଡ଼ା ପଞ୍ଚୟତ ଅଧିନ ଏକମ୍ବା ଗ୍ରାମ ଠାରେ ତ୍ରି ଦିବସୀୟ ମା ଦୁଲାର୍ଦେଇ ଯୁବକ ସଙ୍ଗ ତରପରୁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜିତ କରାଯାଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟ ରେ ମୁଖ୍ୟ ଅଥିତି ଭାବେ ଯୋଗ ଦେଲେ ଝରିଗାଁ ବିଧାୟକ ନରସିଂ ଭାତ୍ରା, ମଣ୍ଡଳ ସଭାପତି ଭୁଜବଳ ଗୌଡ,ଯଦୁ ଗୁରୁ, ଅର୍ଜୁନ ଭତ୍ରା ,ମନୁ ରାମ ଭାତ୍ରା, ଯୋଗ ଦେଇଥିବା ବେଳେ ଉକ୍ତ ଖେଳକୁ ପରିଚାଳନା କରୁଥିବା ସମସ୍ତ ଯୁବ ଗୋଷ୍ଟୀ ଓ ପ୍ରେସିଡେଣ୍ଟ ରାଜମନ୍ ନାୟକ, ଭାଇସ ପ୍ରେସିଡେଣ୍ଟ ଦଶରୁ ଗୌଡ, ସେକ୍ରେଟାରୀ ପରମାନନ୍ଦ ମହାନ୍ତ,ଧାନେର ପୂଜାରୀ, ବଳିରାମ୍ ଭତରା,ନିତ୍ୟାନନ୍ଦ ନାୟକ, ଭୁଜବଳ ଭତରା, ବିଶ୍ଵାମିତ୍ର ଭତରା,ଭଗବାନ ପୂଜାରୀ, ତୁଲାରାମ୍ ଭତରା, ଗଙ୍ଗାଧର ଗୌଡ,ସିନ୍ଧୁ ମାଝୀ,ଗିରି ମେହେର, ମନମୋହନ ନାୟକ,। ଉଦଯାପନୀ ଉତ୍ସବରେ ଅଞ୍ଚଳରେ ପ୍ରଥମ କରି ମହିଳା ଖେଳାଳି ଯଥା ଦୁଇଗୋଟି ଟିମ ଉମରକୋଟ ବନାମ ଭୁବନେଶ୍ଵର ଖେଳି ଉମରକୋଟ ୩/୦ ବିଜୟ ଲାଭ କରିଥିଲେ। ଭଣ୍ଡାରୀଗୁଡା ପ୍ରଥମ ୱିନର ହୋଇଥିବା ବେଳେ ପୂଜାରୀ ଗୁଡା ରନର୍ ହୋଇଥିଲେ।ପରବର୍ତ୍ତୀ ସମୟରେ ଅଥିତି ଦ୍ୱୟ କ୍ରିଡ଼ା ର ମହତ୍ତ୍ୱ ବିଷୟରେ ଅଭିଭାଷଣ ପ୍ରଦାନ କରିଥିଲେ । ଗ୍ରାମରୁ ଜିଲ୍ଲା ଓ ରାଜ୍ୟ ପରେ ଦେଶ ବିଦେଶ ଖେଳି ସୁନାମ ଅର୍ଜନ କରିବାର ପ୍ରଥମ ପାହାଚ ଅଟେ ବୋଳି କହିଥିଲେ। ଶେଷରେ ଖେଳାଳି ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ପରେ ସମସ୍ତ ଫେରି ଓ ବିଭିନ୍ନ ଦାୟିତ୍ୱରେ ଥିବା କର୍ମକର୍ତ୍ତା ମାନଙ୍କୁ ସଭାପତି ଧନ୍ୟବାଦ୍ ଜଣାଇଥିଲେ।