Hot Posts

6/recent/ticker-posts

ଅଲାତରାରେ ବଜ୍ରପାତ: ୨୨ ଛେଳି ମୃତ, ଅଳ୍ପକେ ବର୍ତ୍ତିଲେ ଛେଳି ଚରୁଆଳୀ

କର୍ଲାମୁଣ୍ଡା, ୨୧/୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ୍ ଅନ୍ତର୍ଗତ ଅଲାତରା ଗ୍ରାମରେ ସୋମବାର ଅପରାହ୍ନରେ ହୋଇଥିବା ବଜ୍ରପାତରେ ୨୨ ଗୋଟି ମୃତ୍ୟୁ ବରଣ କରିଛନ୍ତି l ଛେଳି ଚରାଉଥିବା ଚରାଳି ଅଳ୍ପକେ ବର୍ତ୍ତି ଯାଇଛନ୍ତି l ଗ୍ରାମର ଜନକ ଭୋଇ ଓ ବିରଞ୍ଚି ମାଝୀ ଛେଳିଗୁଡ଼ିକୁ ସୁନାମୁଖି ଜଙ୍ଗଲକୁ ଚରାଇବାକୁ ନେଇଥିଲେ l ଅଚାନକ ଘଡ଼ଘଡ଼ି ସହ ବଜ୍ରପାତ ହେବାରୁ ଛେଳିଗୁଡ଼ିକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ l ମୃତ ଛେଳିଙ୍କ ମଧ୍ୟରେ ବିରଞ୍ଚି ମାଝୀଙ୍କ ୫ଟି, ସୁରେନ୍ଦ୍ର ଭୋଇଙ୍କ ୪ଟି, ଜଗନ୍ନାଥ ଭୋଇଙ୍କ ୪ଟି, କିଶୋର ପଟେଲଙ୍କ ୨ଟି, ମଗସିର ନାଗଙ୍କ ୨ଟି, ହରିଶ୍ଚନ୍ଦ୍ର ଭୋଇଙ୍କ ୨ଟି ଓ ଜଗବନ୍ଧୁ ଭୋଇ, ସାଧୁ ରଣା, ଚୈତନ୍ୟ ପଟେଲଙ୍କ ଗୋଟିଏ ଲେଖାଏଁ ବୋଲି ଜଣା ପଡ଼ିଛି l ଖବର ପାଇ ପ୍ରାଣୀ ଚିକିତ୍ସା ବିଭାଗର ଜିତେନ୍ଦ୍ର ନାଗ ପହଞ୍ଚି ମୃତ ଛେଳିଙ୍କ ବ୍ୟବଚ୍ଛେଦ କରିଛନ୍ତି l ମୃତ ପଶୁ ମାଲିକଙ୍କୁ ସରକାରୀ ସହାୟତା ଯୋଗାଇ ଗ୍ରାମବାସୀ ଦାବି କରିଛନ୍ତି l