Hot Posts

6/recent/ticker-posts

ମନରେଗା କାର୍ଯ୍ୟ ରେ ମହାଦୁର୍ନୀତି

ନର୍ଲା, ୧୪ / ୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ନର୍ଲାବ୍ଲକ ପଲମ ଗ୍ରାମ ପଞ୍ଚାୟତ କେନ୍ଦୁବାହଳି ଗ୍ରାମରେ ମାଟିକାମ ରେ ମହା ଦୁର୍ନୀତି ର ଅଭିଯୋଗ ହେଉଛି l କେନ୍ଦୁବାହଳିରେ ମନରେଗା କାର୍ଯ୍ୟରେ ଟ୍ରେଞ୍ଚ କମ ବୋଣ୍ଡି (ଟିସିବ )ମାଟି କାମରେ କାମ କରି ନ ଥିବା ଶ୍ରମିକ ମାନଙ୍କ ନାମରେ ଟଙ୍କା ଉଠାଣ ହୋଇ ମେଟ ହିମାଂଶୁ ସାହୁ CODE -24000324210003016S -OR 10-003-016-002/218673 ଏହି କୋଡ଼ ରେ କାମ କରି ଯାହାକି ଶ୍ରମିକ ମାନଙ୍କ ଠାରୁ ଟଙ୍କା ଆଦାୟ କରି ନେଇଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମ ବାସି l ସରକାର ଙ୍କ ନିୟମ ଆନୁଯାୟୀ ପ୍ରତେକ ଗାଁ ରେ ଦୁଇ ଜଣ ମେଟ ଚୟନ ନିୟମ କୁ ଅଣଦେଖା କରି ଗ୍ରାମପଞ୍ଚାୟତର ସମସ୍ତ କାମ ଜଣେ ମେଟ ହିମାଂଶୁ ସାହୁ ଦ୍ଵାରା କରାଯାଉଛି l ପଲମ ଗ୍ରାମ ପଞ୍ଚାୟତ ର ପଲମ, ମହଗାଁ, ସାଲେଭଟା, ଥାପେନ, କେନ୍ଦୁବାହାଳି, ଖଇରମାଲ ଠାରେ କରାଯାଉଥିବା ମନରେଗା ଅନୁଦାନ କାମ ଲକ୍ଷ ଲକ୍ଷ ଟଙ୍କା କେବଳ ଜଣେ ହିମାଂଶୁ ସାହୁ ଦ୍ଵାରା କରାଯାଇଛି l ପଞ୍ଚାୟତ ବାସୀ, ସମସ୍ତ ୱାର୍ଡ଼ମେମ୍ବର, ସମିତି ସଭ୍ୟ ଙ୍କ ଗୋଟିଏ ଦାବୀ ପ୍ରତି ଗାଁ ରେ ମେଟ ଚୟନ କରି ମନରେଗା କାର୍ଯ୍ୟକରିବା l ଏହି ସମସ୍ତ ସରକାରୀ ନିର୍ଦେଶ କୁ ଅଣଦେଖା କରି କେଉଁ ସ୍ୱାର୍ଥ ରେ ଜଣେ ମାତ୍ର ଇଲେଗାଲ ମେଟ ଙ୍କ ସମସ୍ତ କାର୍ଯ୍ୟ କରାଯାଇଛି ଯାହାକି କାମ ନ କରୁଥିବା ଶ୍ରମିକ ଙ୍କ ଖାତାରେ ଟଙ୍କା ପକା ଯାଉଛି ଓ ଟଙ୍କା ମଗାଯାଉଛି। ଉକ୍ତ କାମ କରା ନ ଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ କରୁଛନ୍ତି ଗ୍ରାମ ବସୀ। ଏହି ଦୁର୍ନୀତି ର ତଦନ୍ତ ପାଇଁ ବିଡ଼ିଓ ଏବଂ ଓ ସିଡି ଓ ଙ୍କୁ ମଧ୍ଯ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହାର ତଦନ୍ତ ହୋଇ ନାହିଁ। ତେଣୁ TCB2410003016/WC/10851992 କାମ କୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ସମସ୍ତ ତଥ୍ୟ ପଦାକୁ ଆସିବବୋଲି ଗ୍ରାମବାସୀ ଙ୍କ ତରଫରୁ ସାଧାରଣ ରେ ଦାବୀ ହେଉଛି l

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ