Hot Posts

6/recent/ticker-posts

ଓଡ଼ିଶା ଅମଲା ସଂଘର ତ୍ରୟବାର୍ଷିକ ସମ୍ମିଳନୀ ଉତ୍ସବମୟ ପରିବେଶରେ ସମ୍ପନ୍ନ

ନବରଙ୍ଗପୁର / କୋରାପୁଟ, ୧୪ / ୦୯ ( ଗୁପ୍ତ ପ୍ରସାଦ ପତ୍ରିକା ) : ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ର ତ୍ରୟ ବାର୍ଷିକ ସମ୍ମିଳନୀ ହୋଟେଲ ରକିସାନ୍ ପ୍ରିମିୟମ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି, ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ତଥା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଉକ୍ତ ସମ୍ମିଳନୀରେ ସଭାପତିତ୍ବ କରିଥିଲାବେଳେ ଶ୍ରୀ ଗୈରି ଶଙ୍କର ମାଝୀ ମାନ୍ୟବର ବିଧାୟକ ନବରଙ୍ଗପୁର ମୁଖ୍ୟ ଅତିଥି, ଶ୍ରୀ ମନହୋର ରନ୍ଧାରି ମାନ୍ୟବର ବିଧାୟକ ଡାବୁଗାଁ ସମ୍ମାନିତ ଅତିଥି ଭାବେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ, ଶ୍ରୀ ହୃଦୟ ବିହାରୀ ମହାପାତ୍ର ଅଧ୍ୟକ୍ଷ ଓଡ଼ିଶା ଅମଲା ସଂଘ, ଶ୍ରୀ ଜ୍ଞାନ ରଞ୍ଜନ ଦାଶ ରାଜ୍ୟ ସଭାପତି ଓଡ଼ିଶା ଅମଲା ସଂଘ, ଶ୍ରୀ ଚିତ୍ତରଞ୍ଜନ ତରାସିଆ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ, ଶ୍ରୀ ବିରଞ୍ଚିନାରାୟଣ ବରାଳ ଉପସଭାପତି ଓଡ଼ିଶା ଅମଲା ସଂଘ, ଶ୍ରୀ ଶ୍ୟାମ ସୁନ୍ଦର ନାୟକ ମଣ୍ଡଳ ସମ୍ପାଦକ ଓଡ଼ିଶା ଅମଲା ସଂଘ, ଶ୍ରୀ ମହେନ୍ଦ୍ର ମହାପାତ୍ର, ଉପ ସଭାପତି ଓଡ଼ିଶା ଅମଲା ସଂଘ, ଶ୍ରୀ ନଳିନୀକାନ୍ତ ଓଝା ରାଜ୍ୟ ଅତିରିକ୍ତ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ, ଶ୍ରୀ ଶୁକାନ୍ତ ମହାପାତ୍ର ଅଧ୍ୟକ୍ଷ ନିର୍ବାଚନ କମିଟି ଓଡ଼ିଶା ଅମଲା ସଂଘ, ଶ୍ରୀ ସୁନାକର ରାଉତ ପୁର୍ବତନ ଅଧ୍ୟକ୍ଷ ଓଡ଼ିଶା ଅମଲା ସଂଘ, ଶ୍ରୀ ରୁପ କେଶରୀ ଦଳେଇ କାର୍ଯ୍ୟକାରିଣୀ ସଭ୍ୟ ଓଡ଼ିଶା ଅମଲା ସଂଘ, ଶ୍ରୀ ଅରୁଣ କୁମାର ବଳିୟାର ସିଂହ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ ମଞ୍ଚାସିନ ହୋଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, ନବରଙ୍ଗପୁର ଜିଲ୍ଲା ରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅମଲା ଯେଉଁ ମାନେ ଚାକିରି ରୁ ଅବସର ଗ୍ରହଣ କରିସାରିଛନ୍ତି ସେମାନଙ୍କୁ ମାନ୍ୟବର ବିଧାୟକ ଙ୍କ ଦ୍ବାରା ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ତତ୍ ସହିତ ମଞ୍ଚାସିନ ଓ ବରିଷ୍ଠ ସଦସ୍ୟ ମାନଙ୍କୁ ମଧ୍ୟ ମାନ୍ୟବର ବିଧାୟକ ଙ୍କ ଦ୍ବାରା ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା, ଓଡ଼ିଶା ଅମଲା ସଂଘ ର ୭ ଗୋଟି ଦାବି ପୁରଣ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଙ୍କୁ ମାନ୍ୟବର ବିଧାୟକ ମାନଙ୍କ ଜରିଆରେ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା, ମାନ୍ୟବର ବିଧାୟକ ନବରଙ୍ଗପୁର ଓ ମାନ୍ୟବର ବିଧାୟକ ଡାବୁଗାଁ ଓଡ଼ିଶା ଅମଲା ସଂଘ ର ଦାବିରେ ଯଥାର୍ଥତା ରହିଥିବା ସହିତ ଦାବି ଗୁଡ଼ିକୁ ନ୍ୟାୟ ସଙ୍ଗତ ବୋଲି ମନ୍ତବ୍ୟ ଦେଇଥିଲେ ଓ ଓଡ଼ିଶା ଅମଲା ସଂଘ ର ଦାବି ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ଙ୍କ ନିକଟରେ ଉପସ୍ଥାପନା କରିବା ସହିତ ଅମଲା ମାନଙ୍କୁ ନ୍ୟାୟ ପ୍ରଦାନ କରିବା ନିମନ୍ତେ ପ୍ରଚେଷ୍ଟା କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ. ଶେଷରେ ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ର କର୍ମକର୍ତ୍ତା ଚୟନ କୁ ରାଜ୍ୟ ସଂଘ ଅନୁମୋଦନ କରିଥିଲେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ନେତୃବୃନ୍ଦ ଙ୍କ ସହିତ ରାଜ୍ୟ ନେତୃବୃନ୍ଦ ଯୋଗଦାନ କରିଥିଲେ କୋରାପୁଟ ଜିଲ୍ଲା ରୁ ସର୍ବାଧିକ ୪୮ ଜଣ ଯୋଗଦାନ କରିଥିଲେ ଶ୍ରୀ ଶଶୀଭୂଷଣ ଦାଶ୍ ଙ୍କୁ ତାଙ୍କ ସାଙ୍ଗଠନିକ ଦକ୍ଷତା କୁ ଆଧାର କରି ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ମାନ୍ୟବର ବିଧାୟକ ନବରଙ୍ଗପୁର ଙ୍କ ଦ୍ବାରା ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା , ପରି ଶେଷରେ ଶ୍ରୀ ଶଶୀଭୂଷଣ ଦାଶ୍ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭାଭଙ୍ଗ କରିଥିଲେ


କୋରାପୁଟ ରୁ ଗୁପ୍ତପ୍ରାସାଦ ପତ୍ରିକା ଙ୍କ ରିପୋର୍ଟ