ଘୋଡ଼ା ପଥର - ବଲସକୁମ୍ପା ରାସ୍ତା ପାଲିଟିଛି ମରଣଯନ୍ତା ପ୍ରଶାସନ ଦୃଷ୍ଟି ଦେଇ ମରାମତି ପାଇଁ ଦାବି ।
କନ୍ଧମାଳ, ୧୪/୯ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆଡାସିପଡା ପାଞ୍ଚାୟତ ଘୋଡ଼ା ପଥର ଠାରୁ ବଲସକୁମ୍ପା ପ୍ରଧାନ ମନ୍ତ୍ରୀ ସଡ଼କ ରାସ୍ତା ପାଲିଟିଛି ମରଣଯନ୍ତା । ସରକାର ଗମନାଗମନ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ରାସ୍ତା ନିର୍ମାଣ କରୁଥିବାବେଳେ ଏହି ଘୋଡ଼ା ପଥର, ବଲସକୁମ୍ପା ପ୍ରଧାନ ମନ୍ତ୍ରୀ ରାସ୍ତା ବହୁ ଦିନରୁ ନିର୍ମାଣ କରାଯାଇଛି ବର୍ତ୍ତମାନ ଏହି ରାସ୍ତା ପିଚୁ ଉଠି ଖାଲଖମା ହେବା ସହିତ କୋଉଠି କୋଉଠି ବଡ଼ ବଡ଼ ମେଟାଲ ପଡିରହି ରାସ୍ତା ମଝିରେ ହୋଲ୍ ହୋଇ ବିପଦପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ତଦ୍ ସହିତ ଭଞରମୁଣ୍ଡା ପୋଲ ପାଖରେ ଖାଲ ହୋଇ ବର୍ଷାହେଲେ ପାଣି ଜମି ହୋଇ କାଦୁଅ ହୋଇ ଯିବାଆସିବା ପାଇଁ ଅଞ୍ଚଳର ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜନସାଧାରଣ ଯାତାୟାତ ସମୟରେ ଦୁର୍ଘଟଣା ଘଟୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି ଅସୁବିଧା ପ୍ରତି ଦୃଷ୍ଟି ଦେଇ ପ୍ରଶାସନ ଯଥାଶୀଘ୍ର ମରାମତି କରିବା ପାଇଁ ଅଞ୍ଚଳର ବୁଦ୍ଧିଜୀବି ମହଲରୁ ଦାବି କରିଛନ୍ତି ।