Hot Posts

6/recent/ticker-posts

ଆଧାର କାର୍ଡ ରେ ବୟସ ଭୁଲ ଥିବାରୁ ମିଳୁନାହିଁ ସରକାରଙ୍କ କୌଣସି ଯୋଜନା

ରାଇଘର, ୦୧ / ୦୮ (ଚନ୍ଦନ ଗଣ୍ଡ) : ମହିଳା ଙ୍କ ବୟସ ୩୨ ବର୍ଷ କିନ୍ତୁ ଆଧାର କାର୍ଡ ରେ ବୟସ ଭୁଲ ଥିବାରୁ ମହିଳା ଙ୍କୁ ମିଳୁନି କୌଣସି ସରକାରୀ ସାହାଯ୍ୟ ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମହଣ୍ଡ ପଞ୍ଚାୟତ ଜାମବେଡା ଗ୍ରାମର ରୁପସିଂ ରାଉତଙ୍କ ସ୍ତ୍ରୀ ସମାରି ରାଉତ ଯାହାଙ୍କର ବୟସ ୩୨ ବର୍ଷ କିନ୍ତୁ ଆଧାର କାର୍ଡରେ ବୟସ ଭୁଲ ବସତ ୭୨ ବର୍ଷ ବୟସ । ଫଳରେ ସରକାରୀ ସୁବିଧାରୁ ବଞ୍ଚିତ ହୋଇଛନ୍ତି ମହିଳା ଜଣକ ବାରମ୍ବାର ଆଧାର ସେଣ୍ଟର୍ ରେ ବୟସ ଠିକ୍ କରିବାକୁ ଯାଉଥିଲେ ମଧ୍ଯ ତାଙ୍କର ବୟସ ଠିକ ହୋଇ ପାରୁନାହିଁ। ଫଳରେ ଗରିବ ମହିଳା ବହୁଳ ଅସୁବିଧାରେ ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।