ମାଁ ଠାକୁରାଣୀ ରାଜମିସ୍ତ୍ରୀ ସଂଘର ବନ୍ଧୁମିଳନ ଏବଂ ମାସିକ ବୈଠକ ଅନୁଷ୍ଠିତ
ଝରିଗାଁ, ୦୧ / ୦୮(ପର୍ଶୁରାମ ନାୟକ) :ଠାକୁରାଣୀ ରାଜମିସ୍ତ୍ରୀ ସଂଘ ଡ଼ଙ୍ଗରିଗୁଡାର ବନ୍ଧୁମିଳନ ଓ ମାସିକ ବୈଠକ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଡ଼ଙ୍ଗରିଗୁଡା ପଞ୍ଚାୟତର ଟୁଟିଗୁଡା ଗ୍ରାମର ଭୀମାଭାଟା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ସଭାପତି ଗୁରୁବାରୁ ପନକା ସଭାପତିତ୍ବକରି ସଭାକାର୍ଯ୍ୟକୁ ଆଗକୁ ବଢ଼ାଇବା ସହ ଶ୍ରମିକ ମାନଙ୍କର ମୈଳିକ ସମସ୍ୟା ସମାଧାନର ଏବଂ ଜନ କଲ୍ୟାଣକାରୀ ସୁବିଧା ସୁଯୋଗ କେମିତି ତୃଣମୂଳ ସ୍ତରରୁ ପହଞ୍ଚି ପାଇପାରିବା ସେ ବିଷୟରେ ଅବଗତ କରିଥିଲେ । ସଂଗଠନର ସାଧାରଣ ସମ୍ପାଦକ ଶ୍ରୀ କମଳଲୋଚନ ଭତ୍ରା ମଧ୍ୟ ନିଜ ବକ୍ତବ୍ୟରେ ଶ୍ରମିକ ମାନଙ୍କର ସୁବିଧା ସୁଯୋଗ କିପରି ହାସଲ କରିହେବ ତାହା ସଂପର୍କରେ ଆଲୋଚନା କରିଥିଲେ। ଅନ୍ୟତମ ବକ୍ତା ଭାବେ ପର୍ଶୁରାମ ନାୟକ ବୈଠକର ସଂଯୋଜନା ଏବଂ ଏହି ସଂଗଠନର ତୃଣମୂଳ ସ୍ତରରେ ଅଧିକ କ୍ରିୟାଶୀଳ ହେବା ନିପୂଣ ସ୍ତରରେ ଅଗ୍ରଗତି ହେବା ସହ ଅନ୍ୟମାନେ ମଧ୍ୟ ସଚେତନ ହୋଇ ଏହି ଶ୍ରମିକ ସଂଗଠନରେ ଯୋଡିତ ହୋଇ ଆଗକୁ ସଂଗଠନକୁ ମଜବୁତ୍ କରିବା ଦିଗରେ କାର୍ଯ୍ୟ କରିପାରିବେ ବୋଲି ଆଲୋକପାତ କଲେ। ପରିଶେଷରେ ବୁଦୁରାମ ଭତ୍ରା ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଏବଂ ମାସିକ ବୈଠକରେ ଉପସ୍ଥିତ ହୋଇ ବହୁମୁଲ୍ୟ ସମୟ ଦେଇ ଆସିଥିବାରୁ ସମସ୍ତ ଶ୍ରମିକ ସଂଗଠନର ଭାଇମାନଙ୍କୁ ଅଶେଷ ଧନ୍ୟବାଦ ଦେବା ସହ ସଭାସାଙ୍ଗ କରିଥିଲେ। ଏହି ବୈଠକରେ ଚାଟିଗୁଡା ଗ୍ରାମ ପଞ୍ଚାୟତର ଶ୍ରମିକ ଭାଇମାନେ ଯୋଗଦେଇଥିଲେ ଯଥା ଭଗତ ମାଝୀ,ପଦମ ମାଝୀ, ହରି ମାଝୀ, ବିଶ୍ବମ୍ବର ପୂଜାରୀ,ଲାଇବନ କୁମ୍ଭାର, ନରେନ୍ଦ୍ର ମାଝୀ ଲଳିତ ଗୈ।ଡ଼, ସମେତ ଡ଼ଙ୍ଗରିଗୁଡା ପଞ୍ଚାୟତର ବୁଲୁ ମାଝୀ ଏବଂ,ଚରଣ ମେହେରଙ୍କ ସହିତ ଅନ୍ୟାନ୍ୟ ଶ୍ରମିକ ଭାଇମାନେ ଯୋଗଦେଇଥିଲେ।