ଘରୋଇ ବସ ମାଲିକ ସଂଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ।
ଜୟପୁର,୦୧ । ୦୮ ( ଏ. ଭେଙ୍କଟ ରାଓ ) : ଜୟପୁର ଘରୋଇ ବସ ମାଲିକ ସଂଘ ସଭ୍ୟ ମାନେ ପ୍ରାଇଭେଟ ବସ ଷ୍ଟାଣ୍ଡ ପରିସରରେ ଆମ୍ବ, ଜାମୁକୋଳି, ନିମ୍ବ, ସାହାଡ଼ା, ବାହୁଡା଼, ବଟ, ଓଶସ୍ଥ ଭଳି ଏକ ଶହରୁ ଉର୍ଦ୍ଧ ବୃକ୍ଷ ରୋପଣ କରିଥିଲେ। ସମ୍ପାଦକ ନରେନ୍ଦ୍ର ମହାନ୍ତି ନିଜ ବିବୃତିରେ କହିଛନ୍ତିଯେ ଏହି ବୃକ୍ଷ ରୋପଣ ଦ୍ବାରା ପରିବେଶ ସୁସ୍ଥ ରହିବା ସହ ବିଭିନ୍ନ ପ୍ରକାରର ପକ୍ଷୀଙ୍କୁ ଆବାସ ମିଳିବ ଆଗାମୀ ଦିନରେ ଆହୁରି ଅଧିକା ବୃକ୍ଷ ରୋପଣ ବିଭିନ୍ନ ସ୍ଥାନରେ କରାଯିବାକୁ ସ୍ଥିର ହୋଇଛି ଏବଂ ମା ପାଇଁ ଗଛ ଟିଏ ଭଳି ପ୍ରତି ବସ ପାଇଁ ୨୦ ଗଛ ଲଗାଇବାକୁ ପ୍ରତିଶୃତି ବଦ୍ଧ ବୋଲି କହିଛନ୍ତି। ସାଧାରଣରେ ଘରୋଇ ବସ ମାଲିକ ସଂଘକୁ ପ୍ରକୃତିମିତ୍ର ପୂରସ୍କାକାରରେ ସମ୍ମାନୀତ କରିବାକୁ ପ୍ରଶାସନକୁ ନିବେଦନ କରିଛନ୍ତି।