ସାମାନ୍ୟ ବଚସା ରୁ ଯୁବକଙ୍କୁ ନିଶାସକ୍ତ ଯୁବକ ଙ୍କ ଛୁରାମାଡ। ଛୁରାମାଡ ରେ ମୃତ୍ୟୁ, ପରିବାର ପକ୍ଷରୁ ଟାଉନଥାନା ରେ ଲିଖିତ ଅଭିଯୋଗ।
ଭବାନୀପାଟଣା, ୦୮ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ବିନା କାରଣରେ ସାମାନ୍ୟ ବଚସା କରି ପଛପଟୁ ଯୁବକଙ୍କୁ ଦୁଇଥର ଛୁରାମାଡ କରି ଦୌଡି ପଲାଇଲା ନିଶାସକ୍ତ ଯୁବକ। ଘଟଣା ର କିଛି ସମୟପରେ ଯୁବକ ମୃତ୍ୟୁ।ଭବାନୀପାଟଣା ସହରର ବସଷ୍ଟାଣ୍ଡ ପାଖ ଘୋଡାଘାଟ ଛକ ନିକଟରେ ରାତି ୧୧.୩୦ ରୁ ୧୨ଟା ମଧ୍ୟରେ ନିଶାରେ ଥିବା ୪ ଯୁବକଙ୍କ ସହ ସାମାନ୍ୟ ବଚସା ରୁ ,ବିବିସିପଡା ର ୨୪ବର୍ଷିୟ ସତ୍ୟନାରାୟଣ ରଏ ନାମକ ଯୁବକଙ୍କୁ ପଛପଟୁ ଛୁରା ମାରି ଦୌଡି ପଲାଇ ଥିଲେ ,ଦେବାନସାହିପଡା ର ରାଜ ବାଗ ନାମକ ଯୁବକ। ଛୁରାମାଡ ହୋଇଥିବା ଯୁବକଙ୍କ ସାଙ୍ଗମାନେ ତୁରନ୍ତ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟକୁ ନେବା ସମୟରେ ହିଁ ରାସ୍ତା ରେ ମୃତ୍ୟୁ ଘଟିଥିଲା।
ଟାଉନଥାନା ପୋଲିସ ଲଖନବାଗ, ଶିବାନନ୍ଦ ବାଗ,ରାଜ ବାଗ ନାମକ ଦେବାନସାଏପଡା ର ଯୁବକ ଙ୍କୁ ଥାନାରେ ଅଟକ। ଘଟଣାକୁ ନେଇ ଟାଉନଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏବଂ ସାଇଣ୍ଟିଫିକ୍ ଟିମ୍ ,ଡଗ କ୍ବାଡସ୍, ପୋଲିସ ଟିମ୍ ସହ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ