Hot Posts

6/recent/ticker-posts

ଏକତା ସଂସ୍ଥା ତରଫରୁ ପୋଡ଼ାଗଡ ଠାରେ ବିଶ୍ଵ ଆଦିବାସୀ ଦିବସ ପାଳିତ ।

କୋରାପୁଟ, ୦୮ / ୦୮ ( ବିପିନ କୁମାର ହିଆଲ ) : ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ାଗଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ପଡ଼ିଆରେ ଦଶମନ୍ତପୁର ବ୍ଲକ ଜିଲ୍ଲାପରିଷଦ ଜୋନ୍ -୨ ରେ ଏକତା ସଂସ୍ଥା ତରଫରୁ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି ।ଉକ୍ତ ବିଶ୍ବଆଦିବାସୀ ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ଗାଦିଆ ଗୁଡା ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଆନନ୍ଦ ନାୟକ ଓ ସମିତି ସଭ୍ୟ ଅଭି ମୁଦୁଲି ଯୋଗଦେଇ ଆଗନ୍ତୁକ ୮ଗୋଟି ପଞ୍ଚାୟତର ଆଦିବାସୀ ମାଆ, ବାପା ଓ ଭାଇ, ଭଉଣୀ ମାନଙ୍କୁ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ବଜାଇ ରଖିବାକୁ ଉତ୍ସାହ କରିଥିଲେ । ବାସ୍ତବରେ ଆଦିବାସୀ ପରମ୍ପରା ଓ ସଂସ୍କୃତିକୁ ସ୍ମରଣ କରାଇବା ପାଇଁ ପ୍ରୋଗ୍ରାମ ପରିଚାଳନା କାରି ଶ୍ରୀଯୁକ୍ତ ବିନୋଦ ନାୟକଙ୍କ ସୁଯୋଜନା ସକାଶୁ ଏହି ଅଞ୍ଚଳର ଆଦିବାସୀ ମାନଙ୍କ ପରମ୍ପରା ଓ ସଂସ୍କୃତିକୁ ପୁନରୁଦ୍ଧାର କରିପାରିଛି । ବହୁ ଆଦିବାସୀ ମହିଳା,ପୁରୁଷ ଓ ବାଳକ, ବାଳିକା ଯୋଗ ଦେଇ କୋରପୁଟିଆ ଆଦିବାସୀ ଗୀତ ପରିବେଷଣ ଓ ନୃତ୍ୟ ପରିଦର୍ଶନ କରି ଅନେକ ଦର୍ଶକଙ୍କ ମନମୁଗ୍ଧ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏକତା ସଂସ୍ଥାର ଅଧିକାରୀ ଓ କର୍ମଚାରୀ ସମସ୍ତେ ଉପସ୍ଥିତ ଥିଲେ ।