Hot Posts

6/recent/ticker-posts

ଛାତ୍ର ଛାତ୍ରୀଙ୍କୁ ଧାନ ରୁଆ ପ୍ରସିକ୍ଷଣ।

ଜୟପୁର,୯।୮ (ଏ ଭେଙ୍କେଟ ରାଓ)  : ପାଠୁଆ ମାନେ ଚାଷ କାର୍ଯ୍ୟରୁ ମୁଁହ ମୁଡୁ ଥିବା ସମୟରେ ଆଜି ବିଶ୍ଵ ଆଦିବାସୀ ଦିବସ ଅବସରରେ ଜୟପୁର ସିଟି ହାଇସ୍କୁଲର କୋଡ଼ିଏ ଜଣ ସହରୀ ଛାତ୍ର ଛାତ୍ରୀ ଙ୍କୁ ଜୟପୁରରୁ ପାଞ୍ଚ କିଲୋମିଟର ଦୂରରେ ଥିବା ସୌରାଗୁଡା ଗ୍ରାମର ଦାଶ ସାଉନ୍ତା ଙ୍କ ଚାଷ ଜମିରେ କାଦୁଅ ରେ ପଶି ଧାନ ତଳି ରୋଇ ଥିଲେ ଛାତ୍ର ଛାତ୍ରୀ। ଜି ଭି ରେଡ୍ଡୀ ଅବସର ପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସେମାନଙ୍କୁ ଧାନ ଚାଷ ବିଷୟରେ ସାମ୍ୟକ୍ ଧାରଣ ଦେଇଥିଲେ।ଛାତ୍ର ଛାତ୍ରୀ ଙ୍କ ସହ ଶିକ୍ଷକ ପ୍ରତାପ ପଟନାୟକ, ସନ୍ତୋଷ କୁମାର ପଟ୍ଟନାୟକ, କୃଷି ପରିଦର୍ଶକ କାଦୁଅରେ ପଶୀ ଧାନ ତଳି କିଆରୀରେ ରୋଇଥିଲେ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଆଧୁନିକ ସ୍କୁଲ୍ ପିଲାମାନେ କେତେ ପରିଶ୍ରମ କଲେ ଯାଇ ମାଟିରୁ ଫସଲ ଅମଳ କରିହେବ ଜାଣି ପାରିବେ ଏବଂ ଆଦିବାସୀ ଲୋକ ମାନେ ଧାନ ରୋଇବା ପାଇଁ କେତେ ପରିଶ୍ରମ କରୁଛନ୍ତି ତାହା ଜାଣି ପାରିବେ। ସ୍କୁଲ୍ ପରିଚାଳନା କମିଟି ର ସଭାପତି ସଶିଧର ପଟନାୟକ ଓ କେ ମୋହନ କୁମାର ସମାଜସେବୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହୀ ଉତ୍ସାହିତ କରିଥିଲେ।