Hot Posts

6/recent/ticker-posts

ରାକ୍ଷୀ ପୁର୍ଣିମା ଅବସରରେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ବଣ୍ଟନ l"ଜିଲ୍ଲାରୁ ଉପକୃତ ହେବେ ୭୬୬ମହିଳା"

ରାୟଗଡ଼: ୦୯ / ୦୮ ( ଭି. ଗୌରି ଶଙ୍କର ରାଓ ) : ଆଜି ପବିତ୍ର ରକ୍ଷାବନ୍ଧନ ଶୁଭ ଅବସରରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କୋରାପୁଟର ଜୟପୁରରୁ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ଏକ କୋଟି ମହିଳା ମାନଙ୍କୁ ସୁଭଦ୍ରl ଯୋଜନାର ତୃତୀୟ କିସ୍ତି ପ୍ରଦାନ କରିଛନ୍ତି l ମହିଳା ମାନଙ୍କୁ ଆତ୍ମ ନିର୍ଭର ଓ ଶଶକ୍ତ କରିବା ଉଦେଶ୍ୟରେ ଅନ୍ନନ୍ୟ ଯୋଜନା ସୁଭଦ୍ରା ଆଜି ତୃତୀୟ କିସ୍ତି ୫୦୦୦ଟଙ୍କା ପ୍ରଦାନ କରିଛନ୍ତି l ରାୟଗଡ଼ର ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟୋରିଅମ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ଚନ୍ଦ୍ର ନାୟକ ଯୋଗଦେଇ ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥିଭାବେ ପ୍ରକଳ୍ପ ପ୍ରଶାସକ ସାମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ରାୟଗଡ଼, ଶ୍ରୀ ଚନ୍ଦ୍ରକାନ୍ତ ମାଝୀ, ଅତିରକ୍ତ ପ୍ରକଳ୍ପ ନିର୍ଦେଶକ, ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା, ରାୟଗଡ଼ ଶ୍ରୀ ବିଜୟ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଶ୍ରୀମତୀ ମିନତି ଦେଓ, ସହକାରୀ ବନ ସଂରକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ, ଉପଖଣ୍ଡ ପ୍ରାଣିଚିକିତ୍ସା ଅଧିକାରୀ, ଡାକ୍ତର ଅଶୋକ କୁମାର ବେହେରା,ପ୍ରଗ୍ରାମ ଅଫିସର ଶ୍ରୀମତୀ ଶୈଳଜା ଦାଶ, ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ରାଣୀ ଦାଶ ପ୍ରମୁଖ ଯୋଗଦେଇ ଉପସ୍ଥିତ ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ନିଜର ବକ୍ତବ୍ୟରେ କହିଲେ ଯେ ସୁଭଦ୍ରା ଯୋଜନା ହେଉଛି ମହିଳା ମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ଓ ଆତ୍ମନିର୍ଭରଶୀଳ କରିବା ମୁଖ୍ୟ ଉଦେଶ୍ୟ l ସରକାର ଦେଉଥିବା ୫ହଜାର ଟଙ୍କାକୁ ସଠିକ ବିନିଯୋଗ କରି ଅଧିକରୁଅଧିକ ଉନ୍ନତି ହେବା ପାଇଁ କାମନା କରିଥିଲେ l କାର୍ଯ୍ୟକ୍ରମ ରେ ସ୍ୱୟଂ ସହୟୋକ ଭଉଣୀ ମାନେ ଅତିଥି ମlନକୁ ରଖିବାନ୍ଧି ଭାଇଭଉଣୀ ସମ୍ପର୍କ ନିବିଡ଼ ବନ୍ଧନକୁ ସଦୃଢ଼ ଉଜ୍ଜୀବିତ କରିଥିଲେ ଏହି କାର୍ଯ୍ୟକ୍ରମରେ ଭାବରେ ୧୦ଜଣ ମହିଳାଙ୍କୁ ୫ହଜାର ଟଙ୍କାର ନମୁନା ସଦୃଶ ଚେକ ପ୍ରଦାନ କରିଥିଲେ l ସେହିପରି ମୁଖ୍ୟମନ୍ତ୍ରୀଙ୍କ ତୃତୀୟ କିସ୍ତିର ସୁଇଚ ଟିପି ଶୁଭlରମ୍ବ କରିବା ମାତ୍ରେ ୭୬୬ଜଣ ମହିଳାଙ୍କ ବ୍ୟାଙ୍କ ଖାତାକୁ ଦେବିଟି ମାଧ୍ୟମରେ ସିଧା ସଳଖ ଜମା ହୋଇଯାଇଛି l ଏଥିରେ ସମାଜ ସେବି ଶ୍ରୀ ରଜତ ମାଦଳା,ଓରମାସ, ଜିଲ୍ଲାସୂଚନା ଓ ଲୋକସମ୍ପର୍କ ବିଭାଗ,ଜିଲ୍ଲା ସାମଜ କଲ୍ୟାଣ ବିଭାଗର ଓ ଜିଲ୍ଲାପରିଷଦ କାର୍ଯ୍ୟାଳୟ କର୍ମର୍ତ୍ତମାନେ, ସ୍ୱୟଂ ସହlୟୋକ ଗୋଷ୍ଠୀର ମହିଳା ମାନେ ଯୋଗଦେଇଥିଲେ lଏହି କାର୍ଯ୍ୟକ୍ରମକୁ ସଂଯୋଜିକା ଶ୍ରୀମତୀ ବିଦିଶା ସତପଥି ସଂଯୋଜନା କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l