ଓଡ଼ିଶା କୋରାପୁଟରେ ମୁଖ୍ୟମନ୍ତ୍ରୀ ଦେଲେ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି, ୧ କୋଟି ମହିଳା ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା
ଜୟପୁର, ୦୯ / ୦୮ ( ଏ.ଭେଙ୍କେଟ ରାଓ) : ୪୫୨ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ବ୍ୟୟରେ ୪୩୬ ଟି ପ୍ରକଳ୍ପ ଭିତ୍ତି ପ୍ରସ୍ତର ସ୍ଥାପନ, ୩୦୯ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ୧୨୬ ଟି ପ୍ରକଳ୍ପର ଶୁଭ ଉଦଘାଟନମୁଖ୍ୟମନ୍ତ୍ରୀଙ୍କ କରକମଳରେ କୋରାପୁଟ ଜିଲ୍ଲାରେ ସମୁଦାୟ ୭୬୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣାଖୁବ ଶୀଘ୍ର ଜୟପୁର ରୁ ଭୁବନେଶ୍ୱର, ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ଜୟପୁର ସ୍ଥିତ ପେପର ମିଲ ପୁନର୍ବାର ଚାଲୁ ହେବ, ଜୟପୁର ଠାରେ ଏକ ନୂତନ କଲେଜ ସ୍ଥାପନ ହେବ"ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଓଡିଶା ମହିଳାଙ୍କ ଅଶାର କିରଣ ସାଜିଛି ‘ସୁଭଦ୍ରା’ସରକାରଙ୍କ ଆନ୍ତରିକ ପ୍ରଚେଷ୍ଟାରେ କୋଟିଆ ଗ୍ରାମ ପଞ୍ଚାୟତର ଅନେକ ମହିଳା ମଧ୍ଯ ଆଜି ସୁଭଦ୍ରା ଯୋଜନା ସହିତ ଯୋଡି ହୋଇଛନ୍ତି - ମୁଖ୍ୟମନ୍ତ୍ରୀ! ୯ ଅଗଷ୍ଟ ୨୦୨୫"ସୁଭଦ୍ରା ଯୋଜନା” ଅନେକ ମହିଳାଙ୍କ ଜୀବନରେ ପ୍ରଗତି ଓ ପରିବର୍ତ୍ତନର ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ସଫଳ ହୋଇଛି। ଏହା ସେମାନଙ୍କର ପରିବାରକୁ ଆର୍ଥିକ ଶକ୍ତି ଦେବା ସହିତ ସେମାନଙ୍କୁ ଉଦ୍ୟମୀ ମହିଳା ଭାବେ ଗଢି ତୋଳିବାରେ ବଳ ଯୋଗାଇଛି ବୋଲି ଆଜି କୋରାପୁଟ ଜିଲ୍ଲାର ଜୟପୁର ଠାରେ ଓଡ଼ିଶାର ସର୍ବବୃହତ ମହିଳା ସଶକ୍ତିକରଣ ଯୋଜନା “ସୁଭଦ୍ରା”ର ତୃତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ, କୋରାପୁଟ ଜିଲ୍ଲାରେ, ୪୫୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୪୩୬ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହିତ ୩୦୯.୪୨ କୋଟି ଟଙ୍କା ମୂଲ୍ୟର ୧୨୬ ଟି ନୂତନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ।ସୂଚନା ଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ କୋରାପୁଟ ଜିଲ୍ଲାରେ ୭୬୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟ, ସେତୁ, ସଡକ, ପର୍ଯ୍ୟଟନ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଉନ୍ନୟନମୂଳକ ପ୍ରକଳ୍ପ ରହିଛି । ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ଜିଲ୍ଲାର ବିକାଶ ଆହୁରି ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।ଏଥିସହିତ ଖୁବ ଶୀଘ୍ର ଜୟପୁର ରୁ ଭୁବନେଶ୍ୱର, ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ଏହା ମଧ୍ଯ ଘୋଷଣା କରିଛନ୍ତି ଯେ, ଜୟପୁର ସ୍ଥିତ ପେପର ମିଲ ପୁନର୍ବାର ଚାଲୁ ହେବ ଓ ଜୟପୁର ଠାରେ ଏକ ନୂତନ କଲେଜ ସ୍ଥାପନ ହେବ।ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ ଯେ, ଆର୍ଥିକ ଅଭାବରୁ ଯେଉଁ ମା’ ମାନେ ନିଜ ସ୍ୱପ୍ନକୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି, ସେମାନଙ୍କ ପାଇଁ ଆଶାର କିରଣ ସାଜିଛି ‘ସୁଭଦ୍ରା’। ସରକାରଙ୍କ ଲକ୍ଷ୍ୟ ସେହି ସମସ୍ତ ମହିଳାଙ୍କୁ ସଶକ୍ତ କରି ଆତ୍ମନିର୍ଭର କରିବା ଓ ଆତ୍ମନିର୍ଭର ଭାରତ ଗଢିବାରେ ସାମିଲ ହେବା। ଏହି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ମା’ ମାନେ ନିଜ ନିଜ ଛୋଟ ବଡ ବ୍ୟବସାୟ ଆରମ୍ଭ କରିପାରିଛନ୍ତି, ଆଉ କିଛି ଅଧିକ ପୁଞ୍ଜି ବିନିଯୋଗ କରି ନିଜ ନିଜର କ୍ଷୁଦ୍ର ବ୍ୟବସାୟକୁ ବୃଦ୍ଧି କରିଛନ୍ତି। କୋଟିଆ ଗ୍ରାମ ପଞ୍ଚାୟତରେ ମୋଟ ୨୦୭୮ଟି ଆବେଦନ ମଧ୍ୟରୁ ୧୭୯୭ ଜଣ ପ୍ରଥମ କିସ୍ତି ଓ ୧୭୯୫ ଜଣ ଦ୍ୱିତୀୟ କିସ୍ତି ଅର୍ଥ ରାଶି ପାଇଛନ୍ତି । ଆଜି ତୃତୀୟ କିସ୍ତି ବାବଦରେ କୋଟିଆର ୧୭୮୩ ଜଣ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଏହି ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଏକ କୋଟି ମହିଳା ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଏଥି ସହିତ ମଞ୍ଚ ଉପରେ ସୁଭଦ୍ରା ଯୋଜନାରୁ ସଫଳତା ପାଇଥିବା ମହିଳାଙ୍କୁ ଓ ଏହି ଯୋଜନାକୁ ସଫଳ କରାଉଥିବା ମହିଳାଙ୍କୁ ସମ୍ମାନିତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ, ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ଖଣି ଓ ଷ୍ଟିଲ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ନାୟକ, ନବରଙ୍ଗପୁର ସାଂସଦ, ଶ୍ରୀଯୁକ୍ତ ବଳଭଦ୍ର ମାଝି
ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ, ନରସିଂହ ମାଡକାମୀ, ଗୌରୀ ଶଙ୍କର ମାଝୀ, ମହିଳା ଓ ଶିଶୁ ବିକାଶ ବିଭାଗ, ପ୍ରମୁଖ ଶାସନ ସଚିବ, ଶ୍ରୀମତୀ ଶୁଭା ଶର୍ମା, ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନାର୍ଜୀ ଓ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ୍ ମହାଜନ ପ୍ରମୁଖ ମଂଚାସୀନ ଥିଲେ।
କାର୍ଯ୍ୟକ୍ରମରେ ଜୟପୁର ବିଧାୟକ ଶ୍ରୀଯୁକ୍ତ ତାରା ପ୍ରସାଦ ବାହିନୀପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୁପୁ ଭତ୍ରା ଧନ୍ୟବାଦ ଦେଇଥିଲେ।