Hot Posts

6/recent/ticker-posts

କଳାହାଣ୍ଡିରେ ଦେଶୀମଦ ଉପରେ ଚଢ଼ାଉ,୪ ଗିରଫ

ଜୁନାଗଡ଼, ୧୭ / ୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ ନିର୍ମିତ ଦେଶୀ ମଦ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଆଜି ଅବକାରୀ ବିଭାଗ ଓ ପୁଲିସ ଏପିଆର ଫୋର୍ସ ପକ୍ଷରୁ ମିଳିତଭାବେ ମାଜିଷ୍ଟ୍ରେଟ ସହିତ ଜୁନାଗଡ଼ ଥାନାର ରଣପୁର ଓ ଏକନାଗୁଡା ଗ୍ରାମରେ ବେଆଇନ ମଦ ରନ୍ଧା ଯାଉଥିବା ଅଭିଯୋଗ ଯୋଗରେ ଚଢାଉ କରାପାଇଥିଲା । ଚଢ଼ାଉ ବେଳେ ସେଠାରୁ ୧୦୯୦ ଲିଟର ହାତରନ୍ଧା ଦେଶୀମଦ,ଶୀମଦ,୩୫୦୦ କେଜି ମହୁଲ ପୋଚ,୪ ଟି ଆଲୁମିନିୟମ ହାଣ୍ଡି ସହିତ ४० ଟି ପ୍ଲାଷ୍ଟିକ ଡ୍ରମ ଜବତ କରାଯାଇଥିଲା । ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥ‌ିବା ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ ଟି ମାମଲା ରୁଜୁ ହୋଇଛି । ଗ୍ରାମାଞ୍ଚଳରେ ବ୍ୟାପକ ମାତ୍ରାରେ ବେଆଇନ ଭାବରେ ମଦ ନିର୍ମାଣ ହେଉଥ‌ିବା ବେଳେ ଆଜିର ଚଢ଼ାଉ ଏମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବ । ତେବେ କେବଳ ଗୋଟିଏ ଚଢ଼ାଉ ରେ ବିଭାଗ ଖୁସି ନହୋଇ ବାରମ୍ବାର ଏଭଳି ଚଢ଼ାଉ କରିବାକୁ ଦାବି ହେଉଛି ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ